ସମୀକ୍ଷା ନ୍ୟୁଜ୍ ର ପ୍ରଭାବ: ତିର୍ତ୍ତୋଲ ବ୍ଳକ୍ ଛକରେ ଲାଗିଲା ହାଇମାକ୍ସ ଲାଇଟ୍

Published: Apr 3, 2021, 6:39 pm IST

ରମେଶ ମହାନ୍ତି

ଜଗତସିଂହପୁର: ଦିର୍ଘଦିନ ପରେ ତିର୍ତ୍ତୋଲ ବ୍ଳକ୍ ଛକରେ ଜଳିଲା ଆଲୁଅ। କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ତିର୍ତ୍ତୋଲ ବ୍ଳକ ଛକ ମୁଖ୍ୟ ଗେଟ୍ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ ରାତିରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ସଂନ୍ଧ୍ୟା ହେବା ପରେ ଅନ୍ଧାରର ସୁଯୋଗ ନେଇ ସେଠାରେ ଦେହଜିବୀ ମାନଙ୍କ ସହିତ ଅସାମାଜିକ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଏହି ଅସାମାଜିକ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ଖରାପ ବାତାବରଣ ସୃଷ୍ଟି ହେବା ସହ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଉଥିଲା। ଏନେଇ କିଛିଦିନ ପୂର୍ବେ ସମୀକ୍ଷା ନ୍ୟୁଜ୍ ରେ ଏକ ଖବର ପ୍ରକାଶ ପାଇଥିଲା।

ନ୍ୟୁଜ୍ ପ୍ରକାଶ ପାଇବା ପରେ ସକ୍ରିୟ ହୋଇ ଉଠିଥିଲା ବ୍ଲକ୍ ପ୍ରଶାସନ। ଦୁଇଦିନ ପୁର୍ବେ ବ୍ଲକ୍ ପ୍ରଶାସନ ପକ୍ଷରୁ (ଜି.ଜି.ୱାଇ) ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବ୍ଲକଛକ ମୁଖ୍ୟ ଗେଟ୍ କଡରେ ଗୋଟିଏ ହାଇମାକ୍ସ ଲାଇଟ୍ ଓ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଲାଇଟ୍ ଲଗାଯାଇଛି।

Related posts