Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ଼ କଟକଣା ଭିତରେ ସଫଳତାର ସହ ପାଳିତ ହେଲା ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ
ଆଜିର ଖବର

କୋଭିଡ଼ କଟକଣା ଭିତରେ ସଫଳତାର ସହ ପାଳିତ ହେଲା ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ

April 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଆଜି ଅପରାହ୍ନରେ ସମାପନ ହୋଇଯାଇଛି। ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆଜି ମେଳଣ ଉତ୍ସବ ପରେ ଅନୁଷ୍ଠାନିକ ଭାବେ ସମାପ୍ତ ହୋଇଛି।

ବଢୁଥିବା କୋଭିଡ ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଉକ୍ତ ଯାତ୍ରାରେ ଭକ୍ତଙ୍କ ଆଗମନ ଉପରେ ରୋକ ଲଗାଇଥିବାବେଳେ ସେବକ ମାନକ ସଂଖ୍ୟା ମଧ୍ୟ କାଣ୍ଟଛାଣ୍ଟ କରିଥିଲା। ଯାହାଫଳରେ ଚଳିତ ବର୍ଷ ପଞ୍ଚଦୋଳ ଯାତ୍ରା ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ବାଣପୁର, ବାଲୁଗାଁ ତଥା ଚିଲିକା ଅଞ୍ଚଳର ହଜାର ହଜାର ଜନସାଧାରଣ ମାନେ ମୁଣ୍ଡପୋତି ପ୍ରଶାସନର ଉକ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଘରେ ରହିଥିଲେ।

ଶୁକ୍ରବାର ସଂଧ୍ୟାରୁ ଶନିବାର ସଂଧ୍ୟା ପର୍ଯ୍ୟନ୍ତ ଗାଲୁଆ ଛକଠାରୁ ପଞ୍ଚଦୋଳ ପଡ଼ିଆ ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଏବଂ ଜନସାଧାରଣ ମାନେ ସ୍ୱତଃପ୍ରବୃତ ଭାବେ ବହୁ କଷ୍ଟ ସହି, ଭଗବାନଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। କିନ୍ତୁ ସମସ୍ତଙ୍କ ମୁହଁରେ ଗୋଟାଏ କଥା କିଭଳି ଯାତ୍ରା ରୀତିନୀତି ଅନୁଯାୟୀ ସୁରୁଖୁରୁରେ ଅନୁଷ୍ଠିତ ହେଉ।

ଚଳିତ ବର୍ଷ ଉକ୍ତ ଯାତ୍ରାକୁ ସଫଳ କରିବାକୁ ଦିନରାତି ଏକ କରି ଦେଇଥିଲା ପଞ୍ଚଦୋଳ କମିଟି ଏବଂ ପୋଲିସ ପ୍ରଶାସନ। କାରଣ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ପଡିଆକୁ ବାରଣ କରି ପଞ୍ଚଦୋଳ ଉତ୍ସବ ଅନୁଷ୍ଠିତ କରିବା ଉଭୟଙ୍କ ପକ୍ଷରେ ଏକ ବଡ଼ ଚାଲେଞ୍ଜ ଥିଲା।

ଗୋଟିଏ ପକ୍ଷେ କେବଳ ରୀତିନୀତି ଅନୁଯାୟୀ ଉତ୍ସବ ଅନୁଷ୍ଠିତ ପାଇଁ ପଞ୍ଚଦୋଳ କମିଟି ଗୋଟାଏ ପରେ ଗୋଟାଏ ପ୍ରଥାର ତ୍ୟାଗ କରିଚାଲିଥିବା ବେଳେ ଅପରପକ୍ଷେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଖୋଦ ବାଲୁଗାଁ ଏସଡ଼ିପିଓ।

ବାଲୁଗାଁ ଏସଡ଼ିପିଓ ଏବଂ ବାଣପୁର ଆଇଆଇସି ବ୍ୟକ୍ତିଗତ ଭାବେ ଗତ ଦୁଇ ଦିନ ହେଲା ଦିନରାତି  ପଞ୍ଚଦୋଳ ପଡିଆରେ ଡେରା ପକାଇ ବସିଥିଲେ। ଯାହାଦ୍ୱାରା ପୋଲିସ କର୍ମଚାରୀଙ୍କ ମଧ୍ୟରେ ମନୋବଳ ବୃଦ୍ଧି ହୋଇଥିଲା ଏବଂ ସମସ୍ତେ ମିଳିମିଶି ଏଭଳି ଏକ ବଡ଼ ଉତ୍ସବକୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଆୟୋଜନ କରିପାରିଲେ।

କମିଟିର ସମସ୍ତ ସଭ୍ୟମାନେ କିପରି ଐତିହାସିକ ପଞ୍ଚଦୋଳ ସୁଚାରୁରୂପେ ସମ୍ପାଦନ ହେବ ସେଦିଗରେ ଯଥେଷ୍ଟ ପ୍ରଚେଷ୍ଟିତ ଥିଲେ। ମୋଟାମୋଟି କହିବାକୁ ଗଲେ କମିଟି ଏବଂ ପୋଲିସ ପ୍ରଶାସନର ସୁନ୍ଦର ସମନ୍ୱୟ ଲାଗି ଚଳିତ ବର୍ଷ କୋଭିଡ କଟକଣାରେ ଐତିହାସିକ ବାଣପୁର ପଞ୍ଚଦୋଳ ଅନୁଷ୍ଠିତ ହୋଇପାରିଲା।

ତେବେ ସର୍ବଶେଷରେ ପୋଲିସ ପ୍ରଶାସନ ଏବଂ କମିଟି ପ୍ରଶାସନ ଉତ୍ସବର ସମସ୍ତ ଶ୍ରେୟ ବାଣପୁର ଜନସାଧାରଣଙ୍କୁ ଦେଇଛନ୍ତି। କାରଣ ଭଗବାନଙ୍କ ଠୁ ଦୁରେଇ ରହି ମଧ୍ୟ ଭକ୍ତମାନେ ସହଯୋଗ କରିଥିବାରୁ ଉକ୍ତ ଉତ୍ସବ ସୁରୁଖୁରୁରେ ସମ୍ପାଦନ ହୋଇପାରିଲା। ଏହାସହ ପଞ୍ଚଦୋଳ କମିଟି ପୋଲିସ ପ୍ରଶାସନ ଏବଂ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛି। ତେବେ  ୨୦୨୧ ପଞ୍ଚଦୋଳ ବାଣପୁର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଓଡିଶା ପ୍ରସିଦ୍ଧ କୋଭିଡ କଟକଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026
Latest News

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.