୧୪ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ: ଆଗାମୀ ଦୁଇ ଦିନରେ ହେବ ବର୍ଷା ସହ ବଜ୍ରପାତ

Published: Apr 4, 2021, 11:46 am IST

ଭୁବନେଶ୍ୱର: ରାଜ୍ୟର ୧୪ ଟି ଜିଲ୍ଲାରେ ଆଗାମୀ ଦୁଇ ଦିନ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଯାହାଫଳରେ ତାପମାତ୍ରାରେ ହ୍ରାସ ହେବ ଏବଂ ଲୋକଙ୍କୁ ଗରମରୁ ରକ୍ଷା ମିଳିବ।

ଗତ ଦୁଇ ଦିନ ହେଲା ରାଜ୍ୟର କିଛି ଅଞ୍ଚଳରେ ବର୍ଷା କାରଣରୁ ଅସହ୍ୟ ତାତିରୁ ଲୋକଙ୍କୁ ମୁକ୍ତି ମିଳିଛି। ଗତକାଲି ଫୁଲବାଣୀ, ଦାରିଙ୍ଗ ବାଡି, କେନ୍ଦୁଝର, ବୌଦ୍ଧରେ ବର୍ଷା ହୋଇଥିବା ବେଳେ ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ଯାଜପୁରର କିଛି ଅଞ୍ଚଳରେ ଝାଡା ତୋଫାନ ହୋଇଥିବାର ସୁଚନା ରହିଛି।

ତେବେ ଆଗାମୀ ଦୁଇ ଦିନ ତଥା ୪ ତାରିଖ ଏବଂ ୫ ତାରିଖରେ ଅନୁଗୁଳ, ବାଲେଶ୍ଵର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏଥିପାଇଁ ଏହି ଅଞ୍ଚଳଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Related posts