ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୦୦ କରୋନା ଆକ୍ରାନ୍ତ

Published: Apr 4, 2021, 9:42 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୮୨, ଖୋର୍ଦ୍ଧାରୁ ୩୪, କଟକରୁ ୨୮, ବରଗଡରୁ ୨୪, ଝାରସୁଗୁଡାରୁ ୨୪, ସୁନ୍ଦରଗଡରୁ ୧୫, ବଲାଙ୍ଗୀରିରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୮, ଯାଜପୁରରୁ ୮, କଳାହାଣ୍ଡିରୁ ୮, ମୟୂରଭଞ୍ଜରୁ ୮, ଗଞ୍ଜାମରୁ ୬, ପୁରୀରୁ ୬, କେନ୍ଦ୍ରାପଡାରୁ ୪, ଅନୁଗୁଳରୁ ୩, ବାଲେଶ୍ବରରୁ ୩, କେନ୍ଦୁଝରରୁ ୩, ରାୟଗଡ଼ାରୁ ୨, ଦେବଗଡରୁ ୧, ଜଗତସିଂହପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୨ ହଜାର ୬୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୬୯୫ କୁ ବୃଦ୍ଧି ହୋଇଛି। ତେବେ ୨୭୮୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts