Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିସିଣ୍ଡା ଥାନା ଅଧିନରେ ଥିବା ହରିଜନ ମହିଳାଙ୍କ ଜମି ଫେରାଇବା ଦାବିରେ ଥାନା ସମ୍ମୁଖରେ ଧାରଣା
ଆଜିର ଖବର

କିସିଣ୍ଡା ଥାନା ଅଧିନରେ ଥିବା ହରିଜନ ମହିଳାଙ୍କ ଜମି ଫେରାଇବା ଦାବିରେ ଥାନା ସମ୍ମୁଖରେ ଧାରଣା

April 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅଧିନରେ ଥିବା ଜଣେ ହରିଜନ ମହିଳାଙ୍କ ଏକ ଜମିକୁ ସରକାର ଫେରାଇବା ଦାବିରେ  ସଂପୃକ୍ତ ମହିଳା ଆଜି କିସିଣ୍ଡା ଥାନା ସମ୍ମୁଖରେ ସକାଳ ୯ ଟାରୁ ଧାରଣାରେ ବସିଥିଲେ। କିସିଣ୍ଡା ଥାନାର ଅଧିକାରୀ ରାମେଶ୍ୱର ସିଂ ଧାରଣା ସ୍ଥଳକୁ ଯାଇ ଧାରଣାରେ ବସିଥିବା ମହିଳାକୁ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଧାରଣାରୁ ଓହରି ଯାଇଥିଲେ।

ସୂଚନା ଯୋଗ୍ୟଯେ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗକାରିଣୀ ବିଶାଖା ପାଇକ କହିବା ମୁତାବକ ୨୦୧୫ ମସିହାରେ ନାକଟିଦେଉଳ ତହସିଲ୍‌ଦାର, କିସିଣ୍ଡା ରାଜସ୍ୱ ନିରୀକ୍ଷକ, କିସିଣ୍ଡା ଥାନା ଅଧିକାରୀଙ୍କ  ଉପସ୍ଥିତିରେ ସେହି ଜାଗା ବଦଳରେ ଅନ୍ୟ ଏକ ଜାଗା ତାଙ୍କ ନାମରେ ପଟ୍ଟା କରିଦେବାକୁ ପ୍ରତିଶୃତି ଦେଇଥିଲେ। ଏପରିକି ମହିଳା ଜଣଙ୍କ ଜମି ଫେରାଇବା ଦାବିରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ଦଖଲରେ ଥିବା ଖାତା ନଂ ୧୮୬ ର ପ୍ଲଟ୍ ନଂ ୩୦୦୫ ଓ ୩୨୪୦ ରୁ ମୋଟ୫୩ ଡିସିମିଲ୍ ଜାଗାକୁ  ତାଙ୍କ  ନାମରେ ପଟ୍ଟା କରିବାକୁ ୨୧/୧/୨୦୧୫ ରେ ତାଙ୍କ ନାମରେ ନୋଟିସ୍ ଆସିଥିଲା ଏବଂ ଜୋରିମାନା ମଧ୍ୟ ଦେଇଥିଲେ ମହିଳା ଜଣଙ୍କ।

ଜମି ଫେରାଇବା ଦାବିରେ ମହିଳା ଜଣଙ୍କ ସେ ସମୟରେ ସମ୍ବଲପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଥାନାଧିକାରୀ, ରେଢାଖୋଲ ଉପଜିଲ୍ଲାପାଳ ଆଦିଙ୍କୁ ମଧ୍ୟ ଲିଖିତା କାରାରେ ଜଣାଇଥିଲେ। ହେଲେ ତାଙ୍କ କଥାକୁ କେହି ବି ଶୁଣୁ ନ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ସରକାରୀ ଅଧିକାରୀଙ୍କ ପ୍ରତିଶୃତି ମୁତାବକ ୫୩ ଡିସିମିଲ୍ ଜାଗା ମହିଳା ଜଣଙ୍କ ନାମରେ ପଟ୍ଟା  କରା ନ ଗଲେ  ସେ ଅପ୍ରେଲ ୫ ରେ କିସିଣ୍ଡା ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଧମକ ଦେଇଥିଲେ।

କିସିଣ୍ଡା ଥାନା ସମ୍ବଲପୁର ଜିଲ୍ଲା ହରିଜନ ମହିଳା
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ

May 27, 2026

ଆଇପିଏଲ୍ ବେଟିଂ: ୧୮ ଗିରଫ

May 26, 2026

ଆସନ୍ତାକାଲିଠାରୁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ

May 26, 2026

୬ କୋଟି ଠକେଇ : ୩ ବ୍ୟାଙ୍କ କର୍ମଚାରୀ ଗିରଫ

May 26, 2026
Latest News

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026

ଜନସାଂଖ୍ୟିକ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି’ ଗଠନ କଲେ ଭାରତ ସରକାର

May 27, 2026

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

May 27, 2026

ଆଜି ମେ ୨୭ ତାରିଖ ବୁଧବାରରେ ନଅଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

May 27, 2026

ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.