କରୋନା ମୁକାବିଲା ନିମନ୍ତେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଜାରି ହେଲା ମାର୍ଗଦର୍ଶିକା

Published: Apr 7, 2021, 7:10 am IST

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନର ସ୍ଥିତି ସମୀକ୍ଷା ପାଇଁ ୪ ଏପ୍ରିଲ, ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣର ପଞ୍ଚ ସୂତ୍ରୀ ରଣନୀତି ଉପରେ ଗୁରୁତ୍ବାରୋପ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଜନହିତରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକର ଅଗ୍ରଣୀ ଭୂମିକାକୁ ମନ୍ତ୍ରଣାଳୟ ଦୋହରାଇଛି। ତେଣୁ କୋଭିଡ-ଉପଯୁକ୍ତ ବ୍ୟବହାର ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣର ବାର୍ତ୍ତା ପ୍ରଚାର କରି ‘ଦଓ୍ବାଇ ଭି କଡ଼ାଇ ଭି’ ସମ୍ପର୍କରେ ଅଧିକ ମାତ୍ରାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

Related posts