Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପରିଚାଳନା ବୈଠକ: ନିୟମ ଉଲଂଘନ କଲେ ରୁଜ୍ଜୁ ହେବ ମାମଲା
ଆଜିର ଖବର

ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପରିଚାଳନା ବୈଠକ: ନିୟମ ଉଲଂଘନ କଲେ ରୁଜ୍ଜୁ ହେବ ମାମଲା

April 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସଭାଗୃହ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀର କୋଭିଡ଼ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ ଦାସ ପଟ୍ଟନାୟକ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ଅଶୋକ ବେଉରିଆ ବୈଠକରେ ସାମିଲ ଥିଲେ।

ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଲଗାତାର କୋଭିଡ ପଜିଟିଭ କେସ ବଢ଼ୁଥିବାରୁ ଏହାକୁ ଏହାକୁ ଆୟତ୍ତ କରିବା ଉପରେ ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ। ଆସନ୍ତାକାଲିଠାରୁ ସମଗ୍ର ନିର୍ବାଚନମଣ୍ଡଳୀରେ କୋଭିଡ଼କୁ ଆୟତ୍ତ କରିବା ପାଇଁ ନୂତନ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲପାଳ ସୂଚନା ଦେଇଛନ୍ତି।

ସେଗୁଡିକ ହେଲା କୋଭିଡ ଟେଷ୍ଟିଙ୍ଗ(ଆରଟିପିସିଆର) ବଢ଼ାଯିବ, ୪୫ ବର୍ଷରୁ ଉର୍ଦ୍ଧ୍ଵ ଦୋକାନୀ, ଶିକ୍ଷକ ଏବଂ ସେବାୟତମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦିଆଯିବ, ମେଡ଼ିକାଲରେ ଟୀକାଦାନ ପ୍ରକ୍ରିୟାକୁ ସରଳିକରଣ ଏବଂ ଶୃଙ୍ଖଳିତ କରାଯିବ, ଗାଁ ସ୍ତରୀୟ କୋଭିଡ ମ୍ୟାନେଜମେଣ୍ଟ କମିଟି ଗୁଡିକୁ ପୁନଃ ସକ୍ରିୟ କରାଯିବ, ସରପଞ୍ଚ ମାନଙ୍କୁ ସଚେତନତା ଦାୟିତ୍ୱ ଦିଆଯିବ, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା, ପଣା ସଂକ୍ରାନ୍ତି କେବଳ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ, ଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ବାଧ୍ୟତାମୂଳକ ଏବଂ ସର୍ବୋପରି ତହସିଲ, ପୋଲିସ ଏବଂ ଏନଏସି ପ୍ରଶାସନ ଦ୍ୱାରା ଏନ୍ଫୋର୍ସମେଣ୍ଟ କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଦୋକାନ ସମ୍ମୁଖରେ ଗୋଲ ଚି଼ହ୍ନ ବୁଲେଇବେ, ସମସ୍ତେ ମାସ୍କ ପରିଧାନ କରିବେ। ଯଦି କେହି କୋଭିଡ ନିୟମ ଉଲଂଘନ କରେ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ତାଙ୍କ ନାମରେ ଏପିଡେ଼ମିକ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଣପୁର ତହସିଲଦାର ମନ୍ମଥ ବେହେରା, ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏବିଡ଼ିଓ ଚିଲିକା ଅପରାଜିତା ସ୍ୱାଇଁ, ସିଡ଼ିପିଓ ବାଣପୁର ବିଦ୍ୟୁତପ୍ରଭା ରଥ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଥାନା ଏଏସଆଇ ଦିଲ୍ଲୀପ ବିଶ୍ୱାଳ, ଉମାମହେଶ୍ୱର ବ୍ୟବସାୟୀ ସଂଘ ସଭାପତି ରବି ନାରାୟଣ ନାୟକ, ମାଛ ବ୍ୟବସାୟୀ ସଂଘ ସଭାପତି ଜୟନ୍ତ ସ୍ୱାଇଁ, ସମ୍ପାଦକ ବିଜୟ ପାଢ଼ୀ, କାଳିଜାଇ ମୋଟର ବୋଟ ଆସୋସିଏସନ ସଭାପତି ଲଷ୍ମୀଧର ତରେଇ, ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ମାସ୍କ ପରିଧାନ
Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.