ଓଡିଶାରେ ପୁଣି ଥରେ ଖୋଲିବ କୋଭିଡ ହସପିଟାଲ, ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କଲା ପ୍ରସ୍ତୁତି

Published: Apr 8, 2021, 1:42 pm IST

ଭୁବନେଶ୍ବର, ଓଡିଶାରେ ପୁଣି ଥରେ କୋଭିଡ ହସପିଟାଲ ଖୋଲିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ବର୍ତ୍ତମାନ ରାଜ୍ୟରେ ଯେପରି କରୋନାର ଦ୍ବିତୀୟ ଲହର ସୃଷ୍ଟି ହୋଇଛି ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବେ। ପୂର୍ବରୁ ଯେଉଁଠି ଏହି ହସପିଟାଲ ଖୋଲାଯାଇଥିଲା ସେହିଠାରେ ପୁଣି ଖୋଲିବାକୁ ଆଲୋଚନା ଚାଲିଛି।

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ଆସିବା ପରେ ରାଜ୍ୟ ସରକାର କୋଭିଡ ହସପିଟାଲକୁ ବନ୍ଦ କରିଦେଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଅଳ୍ପ କେତୋଟି ହସପିଟାଲ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ହେଲେ ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାର ପରିସ୍ଥିତିକୁ ନଜରରେ ରଖି ସେଗୁଡିକ ପୁନଃଚାଲୁ କରାଯିବ ବୋଲି ଜଣାପଡିଛି।

Related posts