ହଜାରେ ଟପିଲା ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ

Published: Apr 9, 2021, 8:52 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୮୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୪୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୮ ଟି ଜିଲ୍ଲାରୁ ୧୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୨୪, ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଜଣ, ଅନୁଗୁଳ ୪୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ, ବରଗଡ ଜିଲ୍ଲାରୁ ୮୪ ଜଣ, ଭଦ୍ରକର ଜିଲ୍ଲାରୁ ୨୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୫ ଜଣ, କଟକ ୬୩ ଜଣ, ଦେବଗଡ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୨୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୬ ଜଣ, କଳାହାଣ୍ଡିରୁ ୧୦୮ ଜଣ, କନ୍ଧମାଳ ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ, କେନ୍ଦୁଝର ଜିଲ୍ଲାରୁ ୬ ଜଣ, କୋରାପୁଟ ଜିଲ୍ଲାରୁ ୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୨ ଜଣ, ନବରଂଗପୁର ଜିଲ୍ଲାରୁ ୨୭ ଜଣ, ନୟାଗଡ ଜିଲ୍ଲାରୁ ୧୦ ଜଣ, ନୂଆପଡା ଜିଲ୍ଲାରୁ ୮୨ ଜଣ, ପୁରୀ ଜିଲ୍ଲାରୁ ୨୮ ଜଣ, ରାୟଗଡା ଜିଲ୍ଲାରୁ ୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୮୨ ଜଣ, ସୋନପୁର ଜିଲ୍ଲାରୁ ୧୨ ଜଣ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts