![](https://thesamikhsya.com/odia/wp-content/uploads/2020/07/Naveen-Patnaik.jpg)
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ଼ର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପୂର୍ବ ଅପେକ୍ଷା ଏହା ଅଧିକ ସଂକ୍ରମଣ ହେଉଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ପୂର୍ବଥର ଆମେ ନିୟମକୁ ମାନିଥିବାରୁ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସଂକ୍ରମଣ କମିଥିଲା। ଏପରିକି କରୋନା ଜନିତ ମୃତ୍ୟୁ ସଂଖ୍ୟା ବହୁତ କମ ଥିଲା।
ଆମେ କୋଭିଡ଼ ନିୟମ ମାନିଲେ କରୋନା ସଂକ୍ରମଣକୁ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ଠିକ ଭାବେ ମାସ୍କ ପିନ୍ଧିବା। ସେହିପରି ବିନା ମାସ୍କରେ ଆମେ କେବେବି ଘରୁ ବାହାରିବା ନାହିଁ। ମା’ମାନଙ୍କୁ ଅନୁରୋଧ ପରିବାର ଲୋକେ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ସରକାର ବାହାରେ ଜଗିଛନ୍ତି, ମା’ମାନେ ଘରେ ଜଗନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମାସ୍କ ନପିନ୍ଧିଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସହଯୋଗରେ ଆମେ ଏହି ଯୁଦ୍ଧ ଜିତି ପାରିବା। ବିଶ୍ବରେ ଏଭଳି ପରିସ୍ଥିତ କେବେ ସୃଷ୍ଟି ହୋଇନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।