ଟୀକା ଉତ୍ସବକୁ ସଫଳ କରିବା ପାଇଁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଟୀକା ଆବଶ୍ୟକ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

Published: Apr 9, 2021, 10:24 pm IST

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ଟୀକା ଉତ୍ସବ ୧୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ଏହା ଭିତରେ ଦେଶରେ କରୋନା ଟୀକା ଅଭାବ ଦେଖାଦେଇଛି। ବର୍ତ୍ତମାନ ଓଡିଶାରେ ମଧ୍ୟ ସମାନ ପରିସ୍ଥିତି। ରାଜ୍ୟରେ ଦିନକୁ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକତା ହେଉଥିବା ବେଳେ ବର୍ତ୍ତମାନ ତାହା ଶେଷ। ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଟୀକା ଆବଶ୍ୟକ ବୋଲି ରାଜ୍ୟ ସରକାର ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ ପିକେ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ ଟୀକା ପଠାଇବାକୁ ଅନୁରୋଧ କରିଛନ୍ତି। ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କମ ଟିକା ଯୋଗାଣ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି।

Related posts