ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୩ କରୋନା ଆକ୍ରାନ୍ତ

Published: Apr 10, 2021, 6:47 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩, କଳାହାଣ୍ଡିରୁ ୫୭, ବରଗଡରୁ ୩୪, ନୂଆପଡାରୁ ୩୨, ସୁନ୍ଦରଗଡରୁ ୩୧, ଅନୁଗୁଳରୁ ୨୭, କଟକରୁ ୨୬, ଝାରସୁଗୁଡାରୁ ୧୭, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୨, ପୁରୀରୁ ୯, ଯାଜପୁରରୁ ୮, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ବରରୁ ୫, ଢେଙ୍କାନାଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୪, ରାୟଗଡାରୁ ୪, ସୋନପୁରରୁ ୩, ବଲାଙ୍ଗୀରିରୁ ୨, କେନ୍ଦ୍ରାପଡାରୁ ୨, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୬୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨ କୁ ବୃଦ୍ଧି ହୋଇଛି। ତେବେ ୬ ହଜାର ୬୦୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts