
ଭୁବନେଶ୍ଵର: ରାଜ୍ୟରେ ଏବେ ଟୀକା ଅଭାବ ଦେଖାଦେଇଛି। ପର୍ଯ୍ୟାପ୍ତ ଟୀକା ଡୋଜ ନଥିବାରୁ ରାଜ୍ୟରେ ୯୦୦ ଟୀକା କେନ୍ଦ୍ର ବନ୍ଦ ରହିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ତେବେ ରାଜ୍ୟରେ ଏବେ ୨ ଲକ୍ଷ ୩୩ ହଜାର କୋଭାସିଲ୍ଡ ଡୋଜ ଥିବା ବେଳେ ମାତ୍ର ୭୭ ହଜାର କୋଭାକ୍ସିନ ଡୋଜ ମହଜୁଦ ରହିଛି। ଟୀକା ଅଭାବରୁ ଟିକାରଣ ବାଧାପ୍ରାପ୍ତ ହେବ ଏବଂ ଅଧିକାଂଶ ଟୀକା କେନ୍ଦ୍ର ବନ୍ଦ ହୋଇଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।