Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରୁଛି ମାଗଣା ଟିକା ଅବଧି, ବୁଷ୍ଟର ଡୋଜ୍ ନେବା ପାଇଁ ଅପିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ବୁଷ୍ଟର ଡୋଜ୍ ଟୀକା ନେବା ପାଇଁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଚଳିତ ମାସ ୩୦ ତାରିଖରେ ମାଗଣା ଟିକା ଅବଧି ଶେଷ ହେଉଛି। ତେଣୁ ଏହି ଅବଧି ମଧ୍ୟରେ ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କୁ ଟୀକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ ଦେଇଛି।

ରାଜ୍ୟରେ ମୋଟ  ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ଲୋକ ବୁଷ୍ଟର ଡୋଜ୍ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ ଭାଗ ଲୋକ ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି।

ସେହିପରି ଦ୍ୱିତୀୟ ଡୋଜ ନେବାକୁ ମଧ୍ୟ ୨୩ ଲକ୍ଷ ୩୨ ହଜାର ଲୋକ ବାକି ରହିଛନ୍ତି। ଏନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଆସିଲେ ମେ’ ୧ ପରେ ଆରମ୍ଭ ହେବ ଟୀକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର: ମେ’ ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛି। ରାଜ୍ୟକୁ ଟୀକା ଆସିଲେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଆଜି ରାଜ୍ୟକୁ ଆଉ ୯୦ ହଜାର କୋଭିସିଲ୍ଡ  ଟୀକା ଡୋଜ ଆସୁଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟୀକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କାଲିଠୁ ପଞ୍ଜୀକରଣ, କିନ୍ତୁ ବିଳମ୍ବ ହେବ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକା ଦାନ!: ବିଜୟ ପାଣିଗ୍ରାହୀ

ଭୁବନେଶ୍ଵର: ଆସନ୍ତାକାଲିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। କୋ-ୱିନ ଆପ୍ ମାଧ୍ୟମରେ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ପାଇଁ ପଞ୍ଜୀକରଣ କରିପାରିବେ। କିନ୍ତୁ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ନେବାରେ ବିଳମ୍ବ ହୋଇପାରେ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ମେ’ ୧ ତାରିଖରେ ଟୀକା ଦେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ ଟୀକା ଆସିବାରେ ବିଳମ୍ବ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଅନିଶ୍ଚିତତା ଦେଖାଯାଇଛି। କୋଭାକ୍ସିନ ଟୀକା ମେ’ ମଧ୍ୟଭାଗରେ ଆସିବାର ଅଛି। କୋଭିସିଲ୍ଡ ପାଇଁ ଆମେ କେନ୍ଦ୍ରକୁ ଚିଠି ଲେଖିଛୁ। ଟୀକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦେବୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଓଡ଼ିଶାକୁ ଆସୁଛି ଆଉ ୧ ଲକ୍ଷ ଟୀକା ଡ଼ୋଜ

ଭୁବନେଶ୍ବର: ଆଜି ଓଡ଼ିଶାକୁ ଆଉ ୧ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଟୀକା ଡ଼ୋଜ ଦିଆଯାଇଛି। ୨ ଟି ଡ଼ୋଜ ନେବା ପରେ ସଂକ୍ରମଣରୁ ରକ୍ଷା ମିଳି ପାରିବ। ଆଜି ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକାକରଣ ଉପରେ ଆଲୋଚନା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ ରହିଛି: ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ମେ’ ୧ ତାରିଖରୁ ଘରୋଇ ହସ୍ପିଟାଲ ଉପ୍ତାଦକଙ୍କ ଠାରୁ ସିଧାସଳଖ ଟୀକା କିଣିବେ। କେନ୍ଦ୍ର ସରକାର ଅନୁଯାୟୀ ଟୀକା ଦର ଧାର୍ଯ୍ୟ ହେବ। ଟୀକା ନେବା ପାଇଁ ପଞ୍ଜୀକରଣ ସମୟରେ ଟୀକାର ଦର ଦେଖିପାରିବେ।

ଆଜି ରାଜ୍ୟରେ ୭ ଶହ କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଏଯାବତ ରାଜ୍ୟରେ ୫୪ ଲକ୍ଷ ୪୧ ହଜାର ୪୭୮ ଜଣ ଟୀକା ନେଇଛନ୍ତି। ଟୀକା ନେବା ପରେ ମାତ୍ର ୫୦ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ସଂଖ୍ୟା ବହୁତ କମ ଅଛି। ସପ୍ତାହରେ ୫ ଦିନ ଟୀକାକରଣ ଚାଲିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ଏବଂ ଏହି ଦୁଇ ଦିନ ଟୀକା କେନ୍ଦ୍ରକୁ ବିଶୋଧନ କରାଯିବ।

ତେବେ ରାଜ୍ୟରେ ଏଯାଏଁ ଟ୍ରିପଲ ମ୍ୟୁଟାଣ୍ଟ ଭାରିଏଣ୍ଟ ଚିହ୍ନଟ ହୋଇନି। ଏହି ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାୟୁ ଦ୍ଵାରା ୪୦ ପ୍ରତିଶତ ବ୍ୟାପୁଛି କରୋନା ସଂକ୍ରମଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ବାୟୁ ଦ୍ଵାରା ୪୦ ପ୍ରତିଶତ କରୋନା ସଂକ୍ରମଣ ବ୍ୟପୁଛି। ଆବଦ୍ଧ କୋଠରି ମଧ୍ୟରେ ବୈଠକ ସଂକ୍ରମଣ ଅଧିକ ହେଉଛି। ତେଣୁ ବନ୍ଦ କୋଠରି ମଧ୍ୟରେ କୌଣସି ବୈଠକ କରିବା ଉଚିତ ନୁହେଁ। ଘରେ କିମ୍ବା ଅଫିସରେ ଏସି ବ୍ୟବହାର କମ କରିବା ଉଚିତ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ: ଆସନ୍ତାକାଲିଠୁ ହେବ ସ୍ଵାଭାବିକ

ଭୁବନେଶ୍ବର: ଆଜି ରାଜ୍ୟରେ ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ  ୪୨୭ ଟି କେନ୍ଦ୍ରରେ ଆଜି ଟୀକାଦାନ ଜାରି ରହିଛି। ବର୍ତ୍ତମାନ ୩ ଲକ୍ଷ ୧ ହଜାର ଟୀକା ଓଡିଶାରେ ମହଜୁଦ ଅଛି। ଆଜି ଆଉ ୨ ଲକ୍ଷ ଟୀକା ଓଡ଼ିଶାକୁ ଆସୁଛି। ଆସନ୍ତାକାଲିଠାରୁ ଟୀକାକରଣ ପ୍ରକ୍ରିୟା ସ୍ଵଭାବିକ ହୋଇପାରେ  ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟକୁ ଆସିବ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା

ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି  କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟର ୫୦୦ କେନ୍ଦ୍ରରେ ଚାଲିଛି ଟୀକାକରଣ: ୧୧ ଟି ଜିଲ୍ଲାରେ ଟୀକାଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୦୦ ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଟୀକା ଅଭାବରୁ ୧୧ ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିଛି। କେନ୍ଦ୍ର ସରକାର କମ ଟୀକା ଦେଉଥିବାରୁ ଟୀକା ଦାନ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ଗତକାଲି କେନ୍ଦ୍ରକୁ ଚିଠି ଲେଖାଯାଇଛି। ଆଜି ଆଉ ୨ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସିବ। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ବନ୍ଦ ହେଲା ୯୦୦ ଟୀକା କେନ୍ଦ୍ର

ଭୁବନେଶ୍ଵର: ରାଜ୍ୟରେ ଏବେ ଟୀକା ଅଭାବ ଦେଖାଦେଇଛି। ପର୍ଯ୍ୟାପ୍ତ ଟୀକା ଡୋଜ ନଥିବାରୁ ରାଜ୍ୟରେ ୯୦୦ ଟୀକା କେନ୍ଦ୍ର ବନ୍ଦ ରହିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ରାଜ୍ୟରେ ଏବେ ୨ ଲକ୍ଷ ୩୩ ହଜାର କୋଭାସିଲ୍ଡ ଡୋଜ ଥିବା ବେଳେ ମାତ୍ର ୭୭ ହଜାର କୋଭାକ୍ସିନ ଡୋଜ ମହଜୁଦ ରହିଛି। ଟୀକା ଅଭାବରୁ ଟିକାରଣ ବାଧାପ୍ରାପ୍ତ ହେବ ଏବଂ ଅଧିକାଂଶ ଟୀକା କେନ୍ଦ୍ର ବନ୍ଦ ହୋଇଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଡ଼ୋଜ: ଆସନ୍ତାକାଲି ପାଳନ ହେବ ଟୀକା ଉତ୍ସବ

ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଡ଼ୋଜ ଟୀକା ଆସୁଛି। ଆଉ କିଛି ସମୟ ପରେ ଭୁବନେଶ୍ଵରରେ ଏହି ଟୀକା ପହଞ୍ଚିବ। ଆଜି ସବୁ ଜିଲ୍ଲାକୁ ଟୀକା ବଣ୍ଟାଯିବ ଏବଂ ଆସନ୍ତାକାଲି ରାଜ୍ୟର ସବୁ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ଚାଲିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେଣୁ ଆସନ୍ତାକାଲି ଟୀକା ଉତ୍ସବ ପାଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ତେବେ ଟୀକାର ଅଭାବ ଯୋଗୁଁ ଅନେକ କେନ୍ଦ୍ରରେ ଟୀକାକରଣ ବନ୍ଦ ହୋଇଥିଲା। ଏଥିପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖି ଟୀକା ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା। ଏହି ଉତ୍ସବ ସମୟରେ ଯେପରି ଟୀକାକରଣ ବାଧାପ୍ରାପ୍ତ ନହୁଏ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ପଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ଟୀକା ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏହି ଉତ୍ସବ ସମୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ସହ ଟୀକା ଅପଚୟ ନକରିବା ପାଇଁ ପ୍ରଧାନମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ବନ୍ଦ ହେଲା ୭୦୦ ଟୀକା କେନ୍ଦ୍ର: ଟୀକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ୭୦୦ ଟୀକା କେନ୍ଦ୍ର ବନ୍ଦ ହୋଇଛି। ଟୀକା ଅଭାବରୁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି। ଦୈନିକ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକ ଥିବା ବେଳେ କେବଳ ୧ଲକ୍ଷ ୧୧ ହଜାର ଟୀକା ଦିଆଯାଇଛି। ଆଗାମୀ ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ଆବଶ୍ୟକ। ଟୀକା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।