କାଲିଠୁ ପଞ୍ଜୀକରଣ, କିନ୍ତୁ ବିଳମ୍ବ ହେବ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକା ଦାନ!: ବିଜୟ ପାଣିଗ୍ରାହୀ

Published: Apr 27, 2021, 11:34 am IST

ଭୁବନେଶ୍ଵର: ଆସନ୍ତାକାଲିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। କୋ-ୱିନ ଆପ୍ ମାଧ୍ୟମରେ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ପାଇଁ ପଞ୍ଜୀକରଣ କରିପାରିବେ। କିନ୍ତୁ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ନେବାରେ ବିଳମ୍ବ ହୋଇପାରେ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ମେ’ ୧ ତାରିଖରେ ଟୀକା ଦେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ ଟୀକା ଆସିବାରେ ବିଳମ୍ବ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଅନିଶ୍ଚିତତା ଦେଖାଯାଇଛି। କୋଭାକ୍ସିନ ଟୀକା ମେ’ ମଧ୍ୟଭାଗରେ ଆସିବାର ଅଛି। କୋଭିସିଲ୍ଡ ପାଇଁ ଆମେ କେନ୍ଦ୍ରକୁ ଚିଠି ଲେଖିଛୁ। ଟୀକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦେବୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Related posts