ଶ୍ରୀମନ୍ଦିର ସହ ଜଡିତ ଥିବା ୨୩ ଜଣ ହେଲେ କରୋନାରେ ସଂକ୍ରମିତ

Published: Apr 13, 2021, 1:49 pm IST

ପୁରୀ: ଶ୍ରୀମନ୍ଦିରର ସହ ଜଡିତ ଥିବା ୨୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୭ ଜଣ ସେବାୟତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାରା ଜୋତାଷ୍ଟାଣ୍ଡରୁ ୮ ଜଣ, ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ, ଶ୍ରୀମନ୍ଦିରରେ ନିୟୋଜିତ ଜଣେ ପୋଲିସ କର୍ମୀ, ଜଣେ ମାଳୀ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।

ତେବେ ଆଜି ସୁରତରୁ ପୁରୀ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ କରୋନାରେ ସଂକ୍ରମଣ ହୋଇଛନ୍ତି। ଆଣ୍ଟିଜେନ ଟେଷ୍ଟ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଜି ତାଙ୍କର ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ। ହେଲେ ନାବାଳିକାଙ୍କ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଛି।

Related posts