
ଭୁବନେଶ୍ଵର: ଆସନ୍ତାକାଲି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ଅଞ୍ଚଳରେ କଟକଣା ଲାଗିଛି। ଏହାସହିତ ମୁସଲମାନଙ୍କର ରମଜାନ ପର୍ବ ପାଇଁ ମଧ୍ୟ କଟକଣା ଲାଗିଛି।
ପଣା ସଂକ୍ରାନ୍ତିରେ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ସେବାୟତମାନଙ୍କୁ ନେଇ ରୀତିନୀତିରେ ପୂଜା କରିବାକୁ ଅନୁମତି ମିଳିଛି। ଭକ୍ତଙ୍କୁ ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ ମନା।
ସେହିଭଳି ରମଜାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ନମାଜ ପାଠ ପାଇଁ ଅନୁମତି ମିଳିବ। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ। ତେବେ କଟକଣାକୁ ବିଏମସି ପକ୍ଷରୁ କଡାକଡି ତଦାରଖ କରାଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସୂଚନା ଦେଇଛନ୍ତି।