ଦିଲ୍ଲୀରେ ଲାଗିଲା ସପ୍ତାହନ୍ତ କର୍ଫ୍ୟୁ: ଶୁକ୍ରବାର ରାତ୍ରି ୧୦ ଟା ରୁ ସୋମବାର ସକାଳ ୬ ଟା ଯାଏଁ ରହିବ କଟକଣା

Published: Apr 15, 2021, 1:37 pm IST

ନୂଆଦିଲ୍ଲୀ: କରୋନା ବୃଦ୍ଧି ସଙ୍କଟ ଭିତରେ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ଲକଡାଉନ ଶୁକ୍ରବାର ରାତ୍ରି ୧୦ ଟା ରୁ ଆରମ୍ଭ ହେବ ଏବଂ ସୋମବାର ସକାଳ ୬ ଟା ରେ ଶେଷ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ସପ୍ତାହନ୍ତ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଜାରି ରହିବ। କିନ୍ତୁ ଯାହାର ବିବାହ ତାରିଖ ଠିକ ହୋଇଥିବ, ସେମାନଙ୍କୁ ପାସ ଦିଆଯିବ। ମଲ, ଜିମ, ସ୍ପା, ବଜାର ଆଦି ବନ୍ଦ ରହିବ। ସିନେମା ହଲରେ ୩୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ।

ତେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ପାଞ୍ଚ ଦିନ କାମ କରନ୍ତୁ, କିନ୍ତୁ କଟକଣା ସମୟରେ ଘରୁ ବାହାରନ୍ତୁ ନାହିଁ। ଯଦି କାହାକୁ ହସ୍ପିଟାଲ, ଏୟାରପୋର୍ଟ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଯିବା ଆବଶ୍ୟକ ଅଛି, ତେବେ ସେମାନେ ପାସ ନେଇ ଯାଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ମୁଖ୍ୟମନ୍ତ୍ରୀ ଏହି କଟକଣା ଲାଗୁକରିଛନ୍ତି।

Related posts