Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତି ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା କରିଛି ମୋଦି ସରକାର : ସୋନିଆ ଗାନ୍ଧି
ଆଜିର ଖବର

ଜାତି ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା କରିଛି ମୋଦି ସରକାର : ସୋନିଆ ଗାନ୍ଧି

April 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନିର୍ବାଚନୀ ଲଢେଇ ଉପନୀତ। ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏବେ ଚାରିଆଡେ ଚାଲିଛି ନିର୍ବାଚନୀ ପ୍ରଚାର। ଦେଶର ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାର କରୁଥିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଠିକ୍‌ ଏହି ସମୟରେ  ବିପକ୍ଷ ମୋଦି ସରକାରଙ୍କୁ ଘେରିଛନ୍ତି। ଦିଲ୍ଲୀର ତାଳକୋଟରା ଷ୍ଟାଡିୟମ୍‌ଠାରେ ଆୟୋଜିତ ଏକ ସଭାରେ  କଂଗ୍ରେସ ମୋଦି ସରକାରଙ୍କୁ ହମ୍‌ଲା କରିଛି। ଏଠାରେ ୟୁପିଏର  ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମୋଦି ସରକାରଙ୍କୁ ଆକ୍ରମଣ କରିବା ସହିତ ଆରୋପ ମଧ୍ୟ ଲଗାଇଛନ୍ତି। ସୋନିଆ ଗାନ୍ଧି ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ଏହି ସରକାର ଦେଶଭକ୍ତିର ନୂଆ ପରିଭାଷା ଗଠନ କରିଛି। ଜାତି,ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା ଚଳାଇଛି। ଏହା ସହିତ ବତ୍ତର୍ମାନର ସରକାର ଅସହମତିକୁ ସମ୍ମାନ କରିବା ପାଇଁ ବିଲ୍‌କୁଲ୍‌ ରାଜି ନୁହଁନ୍ତି। ବିବିଧତାକୁ ଅସ୍ବୀକାର କରି ଆଜି ଦେଶଭକ୍ତ ହେଉଛନ୍ତି। ଜାତି, ଧର୍ମ ଓ ବିଚାରଧାରା ଆଧାରରେ ନାଗରିକଙ୍କ ସହ ଭେଦଭାବ ହେଉଛି। ଦେଶର ଆତ୍ମାକୁ ସୁନିୟୋଜିତ ଯୋଜନା ଅନୁସାରେ ଦଳି ଚକଟି ଦିଆଯାଉଛି , ଯାହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ସରକାରର  କଥା ଓ କାମ ଭିତରେ ବିଭେଦ ରହିବା ଉଚିତ୍‌ ନୁହେଁ, କିନ୍ତୁ ଏହି ସରକାର ଏହା କରିକି ଦେଖାଉଛି। ସେ ଏହି ଅବସରରେ ଜବାହରଲାଲ୍‌ ନେହେରୁଙ୍କ ଏକ ବାର୍ତ୍ତାକୁ ଉଲ୍ଲେଖ କରି କହିଛନ୍ତି,  ‘ଭବିଷ୍ୟ ନିର୍ମାଣ କରିବା ସମୟରେ ସୁବିଧା ତଥା ଆରମର କୌଣସି ସ୍ଥାନ ନାହିଁ। ତାଲକୋଟରା ଷ୍ଟାଡିୟମ୍‌ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଂଗ୍ରେସ, ସିପିଆଇ, ସିପିଏମ୍‌, ଡିଏମ୍‌କେ, ଆର୍‌ଜେଡି, ଟିଡିପି, ଏନ୍‌ସିପି, ନେସନାଲ୍‌ କନ୍‌ଫରେନ୍ସ୍‌, ଆପ୍‌, ଜେଡିଏସ୍‌, ଟିଏମ୍‌ସି, ଯୋଗେନ୍ଦ୍ର ଯାଦବଙ୍କ ସ୍ବରାଜ ଇଣ୍ଡିଆ ଓ ସିପିଆଇଏଲ୍‌ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ସଭାରେ ପ୍ରମୁଖ ରାଜନନୈତିକ ବ୍ୟକ୍ତିବିଶେଷ ରୂପେ କଂଗ୍ରେସର ଗାନ୍ଧି, ସିପିଏମ୍‌ ତରଫରୁ ସୀତରାମ ୟେଚୁରୀ, ସିପିଆଇ ତରଫରୁ ଡି ରାଜା ଓ ଆରଜେଡି ତରଫରୁ ମନୋଜ ଝା, ଡିଏମ୍‌କେ ତରଫରୁ ଟିକେଏସ୍‌ ଇଂଲୋଗବନ୍‌, ପ୍ରମୁଖ ସାମିଲ୍‌ ରହିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026
Latest News

NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

July 23, 2026

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.