Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତି ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା କରିଛି ମୋଦି ସରକାର : ସୋନିଆ ଗାନ୍ଧି
ଆଜିର ଖବର

ଜାତି ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା କରିଛି ମୋଦି ସରକାର : ସୋନିଆ ଗାନ୍ଧି

April 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନିର୍ବାଚନୀ ଲଢେଇ ଉପନୀତ। ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏବେ ଚାରିଆଡେ ଚାଲିଛି ନିର୍ବାଚନୀ ପ୍ରଚାର। ଦେଶର ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାର କରୁଥିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଠିକ୍‌ ଏହି ସମୟରେ  ବିପକ୍ଷ ମୋଦି ସରକାରଙ୍କୁ ଘେରିଛନ୍ତି। ଦିଲ୍ଲୀର ତାଳକୋଟରା ଷ୍ଟାଡିୟମ୍‌ଠାରେ ଆୟୋଜିତ ଏକ ସଭାରେ  କଂଗ୍ରେସ ମୋଦି ସରକାରଙ୍କୁ ହମ୍‌ଲା କରିଛି। ଏଠାରେ ୟୁପିଏର  ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମୋଦି ସରକାରଙ୍କୁ ଆକ୍ରମଣ କରିବା ସହିତ ଆରୋପ ମଧ୍ୟ ଲଗାଇଛନ୍ତି। ସୋନିଆ ଗାନ୍ଧି ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ଏହି ସରକାର ଦେଶଭକ୍ତିର ନୂଆ ପରିଭାଷା ଗଠନ କରିଛି। ଜାତି,ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାର ପ୍ରଚେଷ୍ଟା ଚଳାଇଛି। ଏହା ସହିତ ବତ୍ତର୍ମାନର ସରକାର ଅସହମତିକୁ ସମ୍ମାନ କରିବା ପାଇଁ ବିଲ୍‌କୁଲ୍‌ ରାଜି ନୁହଁନ୍ତି। ବିବିଧତାକୁ ଅସ୍ବୀକାର କରି ଆଜି ଦେଶଭକ୍ତ ହେଉଛନ୍ତି। ଜାତି, ଧର୍ମ ଓ ବିଚାରଧାରା ଆଧାରରେ ନାଗରିକଙ୍କ ସହ ଭେଦଭାବ ହେଉଛି। ଦେଶର ଆତ୍ମାକୁ ସୁନିୟୋଜିତ ଯୋଜନା ଅନୁସାରେ ଦଳି ଚକଟି ଦିଆଯାଉଛି , ଯାହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ସରକାରର  କଥା ଓ କାମ ଭିତରେ ବିଭେଦ ରହିବା ଉଚିତ୍‌ ନୁହେଁ, କିନ୍ତୁ ଏହି ସରକାର ଏହା କରିକି ଦେଖାଉଛି। ସେ ଏହି ଅବସରରେ ଜବାହରଲାଲ୍‌ ନେହେରୁଙ୍କ ଏକ ବାର୍ତ୍ତାକୁ ଉଲ୍ଲେଖ କରି କହିଛନ୍ତି,  ‘ଭବିଷ୍ୟ ନିର୍ମାଣ କରିବା ସମୟରେ ସୁବିଧା ତଥା ଆରମର କୌଣସି ସ୍ଥାନ ନାହିଁ। ତାଲକୋଟରା ଷ୍ଟାଡିୟମ୍‌ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଂଗ୍ରେସ, ସିପିଆଇ, ସିପିଏମ୍‌, ଡିଏମ୍‌କେ, ଆର୍‌ଜେଡି, ଟିଡିପି, ଏନ୍‌ସିପି, ନେସନାଲ୍‌ କନ୍‌ଫରେନ୍ସ୍‌, ଆପ୍‌, ଜେଡିଏସ୍‌, ଟିଏମ୍‌ସି, ଯୋଗେନ୍ଦ୍ର ଯାଦବଙ୍କ ସ୍ବରାଜ ଇଣ୍ଡିଆ ଓ ସିପିଆଇଏଲ୍‌ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ସଭାରେ ପ୍ରମୁଖ ରାଜନନୈତିକ ବ୍ୟକ୍ତିବିଶେଷ ରୂପେ କଂଗ୍ରେସର ଗାନ୍ଧି, ସିପିଏମ୍‌ ତରଫରୁ ସୀତରାମ ୟେଚୁରୀ, ସିପିଆଇ ତରଫରୁ ଡି ରାଜା ଓ ଆରଜେଡି ତରଫରୁ ମନୋଜ ଝା, ଡିଏମ୍‌କେ ତରଫରୁ ଟିକେଏସ୍‌ ଇଂଲୋଗବନ୍‌, ପ୍ରମୁଖ ସାମିଲ୍‌ ରହିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.