ଷ୍ଟେସନ ଜାଣିନପାରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସି ଛାତ୍ରୀ ଗୁରୁତର

Published: Apr 17, 2021, 1:04 pm IST

ସୀତାରାମ ଅଗ୍ରୱାଲ

କାଳୁପଡ଼ା ଘାଟ: ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ।ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ।

ସୂଚନାଯୋଗ୍ୟ ଯେ ଷ୍ଟେସନ ପରିସର ରେ ଏକ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସାତ ଦିନ ହେବ ଏକ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।ଯାହା ଫଳରେ ଯାତ୍ରୀମାନେ ଷ୍ଟେସନ ବୋର୍ଡ଼ ଦେଖିପାରୁନାହାନ୍ତି। ଅପରପକ୍ଷରେ ଚାରି ନମ୍ବର ପ୍ଲାଟଫୋର୍ମ ଟି ଖାଲି ଥିଲେବି ସେଠାରେ ଗାଡି କୁ ନରଖି ଏକ ନମ୍ବର ପ୍ଲାଟଫୋର୍ମ ରେ ରଖିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବୟସ୍କ ଯାତ୍ରୀ ମାନେ ପ୍ଲାଟଫୋର୍ମ ଓଭରର୍ବ୍ରିଜ ଦେଇ ଯାତାୟାତ କରିବା କଷ୍ଟକର ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନେ ଗାଡି ଅଟକି ରହିବା ଯୋଗୁଁ ଷ୍ଟେସନ ଜାଣିପାରୁନାହାନ୍ତି।

ଗୁରୁତର ଆଘାତ ସୁପ୍ରିୟା ବର୍ତ୍ତମାନ ରେଳବାଇ କର୍ମଚାରୀ ଙ୍କର ସହାୟତା ରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି।ସୁପ୍ରିୟା ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି।ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ତୁରନ୍ତ ରେଳବିଭାଗ ଏକ ନମ୍ବର ପ୍ଲାଟଫୋର୍ମ ରୁ ଗାଡି ହଟାଯାଉ।

Related posts