Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ ତହସିଲରେ ସୂଚନା ଅଧିକାର ଆଇନ ବାଟବଣା: ଦରଖାସ୍ତକାରୀଙ୍କୁ ହଇରାଣରେ ପକାଇବାକୁ ଚକ୍ରାନ୍ତ
ଆଜିର ଖବର

ଜୁନାଗଡ ତହସିଲରେ ସୂଚନା ଅଧିକାର ଆଇନ ବାଟବଣା: ଦରଖାସ୍ତକାରୀଙ୍କୁ ହଇରାଣରେ ପକାଇବାକୁ ଚକ୍ରାନ୍ତ

April 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୂଚନା ଅଧିକାର ଆଇନ-୨୦୦୫ ର ଧାରା ୬(୧) ଅନୁସାରେ ଜୁନାଗଡ ତହସିଲ ଅଫିସରେ ସୂଚନା ମିଳିବା ପାଇଁ ନିର୍ଦ୍ଧାରିତ ଫର୍ମ ଓ ଫିଜ ସହ ଦରଖାସ୍ତ ଦାଖଲ କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସୂଚନା ମିଳୁନଥିବା ବେଳେ ପ୍ରଥମ ଅପିଲର ମଧ୍ୟ ଶୁଣାଣି କରାଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରୁଥିବା ଦରଖାସ୍ତକାରୀଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯିବାର ଯୋଜନା କରାଯାଉଥିବା ଜଣାପଡିଛି।

ଜୁନାଗଡ ତହସିଲ ଅଫିସରେ ନିଜକୁ ଆରô୍ଥକ ପ୍ରଭାବଶାଳୀ ବୋଲି ଦାବୀ କରୁଥିବା କେତେକ ବ୍ୟକ୍ତି ବିଭିନ୍ନ ଚାପ ପକାଇ ରାଜସ୍ୱ କର୍ମଚାରୀ ମାନଙ୍କୁ ପ୍ରଭାବିତ କରି ବେଆଇନ ଭାବେ ନିଜସ୍ୱ ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ଯୋଜନା କରୁଥିବା ବେଳେ ଅନେକାଂଶରେ ସୂଚନା ଅଧିକାର ଆଇନ ସେମାନଙ୍କୁ ବାଧକ ହେଉଥିବା ମନେକରୁଛନ୍ତି। ଆଇନ ଅନୁସାରେ ସମସ୍ତଙ୍କୁ ଉଚିତ ସମାନ ନ୍ୟାୟ ପ୍ରଦାନ କରିବା ବ୍ୟବସ୍ଥା ଥିବା ବେଳେ ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ଉପାୟରେ ବେଆଇନ କାଗଜାତ ଇତ୍ୟାଦି ପ୍ରସ୍ତୃତ କରି ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ମଧ୍ୟ ଅଭିଯୋଗ ହେଉଛି।

ତହସିଲ ଅଫିସରେ ଥିବା ସରକାରୀ କାଗଜାତ/ପବ୍ଲିକ ଡକ୍ୟୁମେଂଟ ର ସାର୍ଟିଫାଏଡ କପି ଆକାରରେ କିମ୍ବା ସୂଚନା ଅଧିକାର ଆଇନ ଅନୁସାରେ କପି ମିଳିବା ଆଇନ ସମ୍ମତ । ଜୁନାଗଡ ତହସିଲରେ ବେଆଇନ କାରବାର ହେଉଥିବା ସଂପର୍କରେ ସୂଚନା ଅଧିକାର ଆଇନରେ ସେସବୁର କପି ମିଳିବା ପାଇଁ ସୂଚନା ଦରଖାସ୍ତ ଦାଖଲ କରିଦେଲେ ସେସବୁର ପର୍ଦ୍ଦାଫାଶ ହୋଇଯିବା ଭୟରେ ଅସାଧୁ, ବେଆଇନ କାରବାର କରୁଥିବା ଲୋକେ ସୂଚନା ଦରଖାସ୍ତକାରୀ ମାନଙ୍କୁ ଚାପ ପକାଇବା ସହ ବିଭିନ୍ନ ଉପାୟରେ ହଇରାଣ କରୁଥିବା ଅଭିଯୋଗ ହେଉଛି।

ଜୁନାଗଡ ତହସିଲ ଅଫିସରେ ଥିବା ସରକାରୀ କାଗଜାତ/ପବ୍ଲିକ ଡକ୍ୟୁମେଂଟର କପି ସାର୍ଟିଫାଏଡ କପି ଦରଖାସ୍ତ ଯୋଗେ କେତେ ଜଣଙ୍କୁ ଠିକ ସମୟରେ ଯୋଗାଇ ଦିଆଯାଉନଥିବା ଉଦାହରଣ ରହିଛି। ଅନ୍ୟପକ୍ଷରେ ଆର୍ଥିକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସାର୍ଟିଫାଏଡ କପି ଦରଖାସ୍ତ ଦାଖଲ ହେବା ଦିନ ହିଁ କପି ଯୋଗାଇ ଦିଆଯାଇଥିବାର ଉଦାହରଣ ରହିଛି। ଅନ୍ୟପକ୍ଷରେ ସୂଚନା ଦରଖାସ୍ତ ଦାଖଲ କରି ଦୀର୍ଘ ଦିନ ବିତି ଯାଇଥିଲେହେଁ ସେସବୁର ତଥ୍ୟ ସୂଚନା ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହେଉଛି।

ଇତିମଧ୍ୟରେ ସୂଚନା ଦରଖାସ୍ତ ଦାଖଲକାରୀଙ୍କ ସୂଚନା ଦରଖାସ୍ତ ଗୁଡିକର କପି ଯୋଗାଇ ଦେବାପାଇଁ ସୂଚନା ଦରଖାସ୍ତ/ସାର୍ଟିଫାଏଡ କପି ଦରଖାସ୍ତ ଦାଖଲ କରାଯାଇଥିବା ଜଣାପଡିଛି। ଜୁନାଗଡ ତହସିଲରେ ସୂଚନା ଦରଖାସ୍ତ ଦାଖଲ କରି ସୂଚନା ପାଇଲେ କୌଣସି ବେଆଇନ କାରବାର କିମ୍ବା ଅମିୟମିତତା କାରବାରର ପର୍ଦ୍ଦାଫାଶ ହେଉ ଥାଇପାରେ ସେଥିପାଇଁ ହୁଏତ ସୂଚନା ଦରଖାସ୍ତକାରୀଙ୍କ ଦରଖାସ୍ତ ଗୁଡିକର କପି ମାଗୁଥିବା ବ୍ୟକ୍ତିଙ୍କର ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି। ଜୁନାଗଡ ତହସିଲ ଅଫିସରେ ସୂଚନା ଦରଖାସ୍ତ ଦାଖଲ କଲେ ଯଦିଓ ସୂଚନା ଦରଖାସ୍ତକାରୀ କୌଣସି ଆଇନର ଉଲ୍ଲଂଘନ କରୁଥିବା ଭଲି ମନେ ହୁଏ ତେବେ ତହସିଲଦାର ସେଥିପ୍ରତି ପଦକ୍ଷେପ ନେବା ଆଇନ ସମ୍ମତ କିନ୍ତୁ ସୂଚନା ଅଧିକାର ଆଇନ ଅନୁସାରେ ଦାଖଲ ହୋଇଥିବା ଦରଖାସ୍ତର କପି ଅନ୍ୟ ବ୍ୟକ୍ତିଙ୍କୁ କାହିଁକି ଓ କେଉଁ କାରଣ ପାଇଁ ଦିଆଯିବ ତାହା ମୂଖ୍ୟ ପ୍ରଶ୍ନବାଚୀସୃଷ୍ଟି ହୋଇଛି।

ସରକାରୀ ଅଫିସରେ ଥିବା ପବ୍ଲିକ ଡକ୍ୟୁମେଂଟ ବା ସରକାରୀ କାଗଜାତର ତଥ୍ୟ ସୂଚନା ର କପି ଯେକେହି ମଧ୍ୟ ମାଗିପାରିବ ହେଲେ ସୂଚନା ଦରଖାସ୍ତକାରୀଙ୍କ ସୂଚନା ଦରଖାସ୍ତ ଗୁଡିକର କପି ମାଗିବା ନିଶ୍ଚିତ ଭାବେ ସଂପୃକ୍ତ ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି।
ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

ଜୁନାଗଡ ତହସିଲ ସୂଚନା ଅଧିକାର ଆଇନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.