ଟୀକା ନେଲେ ବି ହେଉଛି କରୋନା, କିନ୍ତୁ ମୃତ୍ୟୁ ହାର କମିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published: Apr 19, 2021, 12:40 pm IST

ଭୁବନେଶ୍ବର: ଟୀକା ନେଲେ ପରେ କରୋନା ସଂକ୍ରମଣ ହେଉନଥିବା ଭାବିବା ଠିକ ନୁହେଁ। କିନ୍ତୁ ଏଥିରେ ମୃତ୍ୟୁ ହାର କମିବ। ତେଣୁ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

କେତୋଟି ଜିଲ୍ଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିବା ବେଳେ ଛତିଶଗଡ ସୀମାନ୍ତ ଅଞ୍ଚଳରେ ଖୋଲିବା ପାଇଁ ଡା. ନିରଞ୍ଜନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏବେ କରୋନା ପରୀକ୍ଷା ଉପରେ ଗୁରୁତ୍ଵ ଦିଆଯାଉଛି। ଆଗାମୀ ଦିନରେ ୫୦ ହଜାର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

ତେବେ ବର୍ତ୍ତମାନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ ବେଡ ଉପଲବ୍ଧ ଅଛି। ତନ୍ମଧ୍ୟରୁ ୧୭.୫ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଏବେ ରାଜ୍ୟରେ ୨୦୧୮ ଟି ଆଇସିୟୁ ବେଡ ଥିବା ବେଳେ ୭୮୨ ଟି ଭେଣ୍ଟିଲେଟର ଉପଲବ୍ଧ ଅଛି। ସେଥିରେ ୭.୫୪ ପ୍ରତିଶତ ରୋଗୀ ଚିକିତ୍ସିତ ଅଛନ୍ତି।

Related posts