ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ

Published: Apr 19, 2021, 6:30 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୩୫୨, ଖୋର୍ଦ୍ଧାରୁ ୧୯୧, ନୂଆପଡାରୁ ୧୨୫, ସମ୍ବଲପୁରରୁ ୭୭, ନବରଂଗପୁରରୁ ୬୮, ବଲାଙ୍ଗୀରିରୁ ୫୯, ବରଗଡରୁ ୫୧, କଟକରୁ ୫୧, କେନ୍ଦୁଝରରୁ ୪୯, ମୟୂରଭଞ୍ଜରୁ ୪୯, କଳାହାଣ୍ଡିରୁ ୪୬, ପୁରୀରୁ ୪୪, ଗଞ୍ଜାମରୁ ୩୧, ରାୟଗଡାରୁ ୩୧, ଭଦ୍ରକରୁ ୩୦, ଦେବଗଡରୁ ୨୯, ଅନୁଗୁଳରୁ ୨୭, ଝାରସୁଗୁଡାରୁ ୨୩, ଗଜପତିରୁ ୧୯, ଯାଜପୁରରୁ ୧୯, ବାଲେଶ୍ବରରୁ ୧୭, ଜଗତସିଂହପୁରରୁ ୧୫, ସୋନପୁରରୁ ୧୫, ନୟାଗଡରୁ ୧୩, କୋରାପୁଟରୁ ୭, ମାଲକାନାଗିରିରୁ ୬, ଢେଙ୍କାନାଳରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୪ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୭ ହଜାର ୬୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ କୁ ବୃଦ୍ଧି ହୋଇଛି। ତେବେ ୨୩ ହଜାର ୬୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts