
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁ ଧାର୍ମିକ ଅନୁଷ୍ଠାନ ଉପରେ କଟକଣା ଲଗାଇଛି। ଏପ୍ରିଲ ୨୨ ତାରିଖ ଠାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିବ। ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ସୀମିତ ସେବାୟତଙ୍କୁ ନେଇ କେବଳ ରୀତିକାନ୍ତି କିମ୍ବା ପୂଜାର୍ଚ୍ଚନା କରାଯାଇପାରିବ।
ସେହିଭଳି ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି। ପାର୍କ, ସମୁଦ୍ର କୂଳ, ଖେଳ ପଡ଼ିଆ, ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି।