Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଡ଼ଃ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଲୋଭ ଲାଳସାରୁ ଦୁରେଇ ରହିବା ସହ ମନ୍ଦ ଉଦ୍ଦେଶ୍ୟକୁ ମନରୁ ବାହାର କରି ସତ୍ କର୍ମରେ ଲିପ୍ତ ରହି ନିଜ ପରିବାରରୁ ଛୋଟ ଛୋଟ ଭୁଲ୍ କୁ ସୁଧାରିଲେ ଦୁର୍ନୀତି ଲୋପ ପାଇବ ବୋଲି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଦୁର୍ନୀତି ନିବାରଣର ଆବଶ୍ୟକତା ରହିଛି ଓ ଅବାଳବୃଦ୍ଧ ବନିତା ଙ୍କ ଏହି କ୍ଷେତ୍ରରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଡେପୁଟି କଲେକ୍ଟର ଆୟୁଷୀ ପତି ଓ ଦୀପ୍ତିମୟୀ ପାତ୍ର ନିଜର ବକ୍ତବ୍ୟ ରଖି ଆଜିର ସମାଜରେ ଦୁର୍ନୀତିର ମୁଳ ଉତ୍ପାଟନ ପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ଵ ରହିଛି ବୋଲି କହିଛନ୍ତି।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାପାଳଙ୍କ ଅତ୍ୟାଧୁନିକ ଖେଳ ପଡିଆ ପରିଦର୍ଶନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୌର ନିଗମ ୨୪ ନଂ ୱ।ର୍ଡ୍ ରେ ଅବସ୍ଥିତ ଅତ୍ୟାଧୁନିକ ଖେଳ ପଡିଆ ( ସ୍ପୋର୍ଟସ ଏରିନା)କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଜେ ଶନାଲ୍, କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ (ଟୁନା) ଓ ଅନ୍ୟାନ୍ୟ ପୌର କର୍ମଚାରୀ ମାନେ ପରିଦର୍ଶନ କରିଛନ୍ତି।

ସୁଚନା ଥାଉକି ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଉକ୍ତ ଖେଳପଡିଆରେ ବିଭିନ୍ନ ପ୍ରକାରର ବ୍ୟାୟାମ ଶାଳ, ଭ୍ରମଣ ପଡିଆ ଓ ବ୍ୟାଡମିଣ୍ଟନ କୋର୍ଟ ପ୍ରମୁଖ ରହିଛି ଓ ଆହୁରି ଉନ୍ନତି ସକାଶେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କମିଶନର ଓ ପୌର କର୍ମଚାରୀଙ୍କ ସହ ପରିଦର୍ଶନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସିଙ୍ଗାପୁର ଗସ୍ତରେ ଯିବାକୁ ଥିବା ମିଶନ ଶକ୍ତି ମା’ମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆସନ୍ତା ଜୁନ ୩ ତାରିଖରୁ ଭୁବନେଶ୍ବରରୁ ସିଧାସଳଖ ସିଙ୍ଗାପୁର ଯିବା ପାଇଁ ବିମାନ ଚଳାଚଳ ଆରମ୍ଭ ହେବ। ଇତ୍ୟବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋନୀତ କିଛି ମିଶନ ଶକ୍ତି ମାଁ ଯଥା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘର ସାଧାରଣ ସଂପାଦିକା ଶୈଳବାଳା ରଥ ଓ ଅଙ୍ଗନବାଡ଼ି କର୍ମୀ ସୁନିତା କୁମାରୀ ସାହୁ, କୁନି ସ୍ବାଇଁ ଓ ପୁଷ୍ପାଞ୍ଜଳି ପ୍ରଧାନ ପ୍ରମୁଖ ଉକ୍ତ ଦିନ ସିଙ୍ଗାପୁର ଗସ୍ତରେ ଯିବେ। ଆମ ଓଡ଼ିଶା ର ମିଶନ୍ ଶକ୍ତି ମାଁ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିଦେଶରେ ଚାହିଦା, ବ୍ୟବସାୟ ଓ ଗୁଣବତ୍ତା ଉପରେ ବାହାର ଦେଶରେ ଜନସଚେତନତା ସୃଷ୍ଟି କରିବା ସହ ଆଧୁନିକ ଶୈଳୀରେ ମିଶନ୍ ଶକ୍ତି ଦ୍ଵାରା ଆହୁରି ଅନେକ ସାମଗ୍ରୀର ପ୍ରସ୍ତୁତି ବିଷୟରେ ତାଲିମ ନେବେ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଉକ୍ତ ମିଶନ୍ ଶକ୍ତି ମାଁ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଡି ଆର୍ ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜୀବିକା ମିଶନ୍ ପରିଚାଳକ, ଆକ୍ସନ ଏଡ୍ ସଂଯୋଜକ, ଛତ୍ରପୁର ସି ଡ଼ି ପି ଓ ଓ ସୁପରଭାଇଜର ଗଣ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାପାଳଙ୍କ ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ।

ଏହି ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୮୮ ଟି ଅଭିଯୋଗ ଆବେଦନ ମଧ୍ୟରୁ ୮୦ ଟି ବ୍ୟକ୍ତିଗତ, ୭ ଟି ସାମୁହିକ ତଥା ଗ୍ରାମ ଭିତ୍ତିକ ଅଭିଯୋଗ ଥିଲା। ମୋଟ ୮୨ ଟି ଅଭିଯୋଗ ଫଇସଲା ବେଳେ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ବିଶେଷକରି ଆଜିର ଶୁଣାଣି ବେଳେ ଭତ୍ତା, ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, କୃଷି ଜମି ପଟ୍ଟା ବଣ୍ଟନ, ରାସ୍ତାଘାଟର ଉନ୍ନତି, ରାସନ୍ କାର୍ଡ ଓ ଜିନିଷ ବଣ୍ଟନ, ଗୃହ ନିର୍ମାଣ ଓ ମନାରେଗା ବିଷୟରେ ଜନସାଧାରଣଙ୍କ ଅଭିଯୋଗ ଆସିଥିଲା ଓ ଏହି ଯୁଗ୍ମ ଶୁଣାଣିର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ମଞ୍ଚ ଦାବି ପତ୍ର ପ୍ରଦାନ କରିଛି। ଏଥିରେ ବିଭିନ୍ନ ଦାବି ଯଥା ସପ୍ତମ ବେତନ କମିଶନଙ୍କ ସୁପାରିଶ ଗ୍ରହଣ କରିବା, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଅନ୍ୟ ରାଜ୍ୟ କର୍ମଚାର ମାନେ କମିଶନରଙ୍କ ସୁପାରିଶ କ୍ରମେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଭତା ପାଉଥିବା ବେଳେ ଆମ ରାଜ୍ୟର ସେବା ନିବୃତ କର୍ମଚାରୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ଏତଦବ୍ୟତୀତ ଅନ୍ୟ ରାଜ୍ୟ ମାନଙ୍କରେ ବୟସ ଅନୁପାତରେ ବିଭିନ୍ନ ସୁବିଧା ଆମ ରାଜ୍ୟରେ ମଧ୍ୟ ଲାଗୁ କରିବା ପାଇଁ ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି।

ଗଂଜାମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ମଞ୍ଚ ସଭାପତି ରଜନୀକାନ୍ତ ମଣ୍ଡଳଙ୍କ ସମେତ ରାଜେନ୍ଦ୍ର ପଣ୍ଡା, କାମରାଜୁ ମହାରଣା, ଶ୍ୟାମସୁନ୍ଦର ଖାଡଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, କେ କ୍ରୁଷ୍ଣମୂର୍ତ୍ତି ଓ କବିରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆଉ ଏକ ପ୍ରୟାସ

ବ୍ରହ୍ମପୁର: କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଆଉ ଏକ ପ୍ରୟାସ କରିଛନ୍ତି। ସେଥିପାଇଁ ଗଞ୍ଜାମବାସୀଙ୍କୁ ବିବାହ ଉତ୍ସବରେ କିଛି ନିୟମ ମାନିବାକୁ ନିବେଦନ କରିଛନ୍ତି। ବିବାହ ପାଇଁ ବର କନ୍ୟାଙ୍କ ଆଣ୍ଟିଜେନ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ବର କନ୍ୟାଙ୍କ ସମେତ ବିବାହ ଉତ୍ସବରେ ଯୋଗଦେବାକୁ ଥିବା ୫୦ ଜଣ ଅତିଥିଙ୍କୁ ଆଣ୍ଟିଜେନ ପରୀକ୍ଷା ପାଇଁ ସେ କହିଛନ୍ତି। ବିବାହ ପାଇଁ ଅନୁମତି ନେଲା ବେଳେ ଆଣ୍ଟିଜେନ ପରୀକ୍ଷା କରିବାକୁ ଶ୍ରୀ କୁଲାଙ୍ଗେ ଅନୁରୋଧ କରିଛନ୍ତି। ଏହାଦ୍ବାରା ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ବାର୍ତ୍ତାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। କୋଭିଡ଼ ପରିଚାଳନା ପାଇଁ କିଛି ନୂଆ ନୂଆ ପଦକ୍ଷେପମାନ ନେଇ ସେ ଚର୍ଚ୍ଚାରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଞ୍ଜାମର ସବୁ ଧାର୍ମିକ ଅନୁଷ୍ଠାନ ଉପରେ ଲାଗିଲା କଟକଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁ ଧାର୍ମିକ ଅନୁଷ୍ଠାନ ଉପରେ କଟକଣା ଲଗାଇଛି। ଏପ୍ରିଲ ୨୨ ତାରିଖ ଠାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିବ। ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ସୀମିତ ସେବାୟତଙ୍କୁ ନେଇ କେବଳ ରୀତିକାନ୍ତି କିମ୍ବା ପୂଜାର୍ଚ୍ଚନା କରାଯାଇପାରିବ।

ସେହିଭଳି ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି। ପାର୍କ, ସମୁଦ୍ର କୂଳ, ଖେଳ ପଡ଼ିଆ, ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତି ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପିତ ହେବ: ଗଞ୍ଜାମ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଭି.ସି. ମାଧ୍ୟମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବ୍ଲକ୍‌ରେ ୧୦୦ ଦିନିଆ ଶ୍ରମ ଦିବସ, ଉଦ୍ୟାନ କୃଷି, ଛତୁ ଚାଷ, ଜୀବନ ଓ ଜୀବିକାର ସଶକ୍ତିକରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ପଲିଥିନ ଓ ପ୍ଲାଷ୍ଟିକ୍ ମୁକ୍ତ ଯେପରି ହେବ ସେଥିପ୍ରତି ସମସ୍ତ ବିଡ଼ିଓମାନେ ନିଜର ରଖିବେ। ଜିଲ୍ଲାର ସମସ୍ତେ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, ଶତପ୍ରତିଶତ ପାଇଖାନା ବ୍ୟବହାର କରିବେ, ଜନ ଗହଳିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଯେପରି ସଫାସୁତୁରା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ବିଡ଼ିସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବ୍ଲକ୍‌ରେ ଫେବୃୟାରୀ ମାସ ସୁଦ୍ଧା ଦୁଇଶହଟି ଲେଖାଏଁ ପକ୍ଷୀ ପାଳନ କେନ୍ଦ୍ର, ଗାଈ ଗୁହାଳ, ଛତୁଚାଷ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ଜନସଚେତନତା ଲାଗି ବିଡ଼ିଓମାନେ ନିଜ ନିଜ ବ୍ଲକ୍‌ରେ ସନ୍ଧ୍ୟା ସମୟରେ ରୋଜଗାର ମେଳା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପନ, ସମ୍ରାଟ ଅଙ୍ଗନୱାଡ଼ି କେନ୍ଦ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ। ଖାଦ୍ୟ ପ୍ରକ୍ରିୟାକରଣ, ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେବା ସହ ମିଶନ୍ ଶକ୍ତି ଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମୁଦାୟ ୩୫୯ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୨୮ଟି କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଛି। ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାର ପ୍ରତି ବ୍ଲକ୍‌ରେ କାର୍ଯ୍ୟକାରୀ କରାଯାଉଥିବା ମନରେଗା ଯୋଜନା, ରାସ୍ତା ନିର୍ମାଣ, ପୁଷ୍କରିଣୀ ଖନନ, ମୋ ଉପକାରୀ ବଗିଚା ନିର୍ମାଣ, କୁକୁଡ଼ା ବତକ ଆଦି ପକ୍ଷୀପାଳନ କେନ୍ଦ୍ର, ମିଶନ ଶକ୍ତି ଗୃହ ନିର୍ମାଣ, ଜୀବନ ଓ ଜୀବିକା ଗୁହାଳ ନିର୍ମାଣ, ପାଠାଗାର ନିର୍ମାଣ ଆଦି ଉନ୍ନୟନ କାର୍ଯ୍ୟଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲ୍‌ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧେ ଦତ୍ତାତ୍ରୟ ଭାଉସାହେବ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍ ଉଦ୍ୟାନ ବିଭାଗ, ମୃତ୍ତିକା ବିଭାଗ, କୃଷି ବିଭାଗ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଗଣ, ବ୍ଲକ୍‌ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡ଼ିପିଓ ଏବଂ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଜଣେ ବି ଶିଶୁଶ୍ରମିକ ରହିବେ ନାହିଁ: ଗଞ୍ଜାମ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗର ଉନ୍ନୟନ କାର୍ଯ୍ୟ ଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟା ଗୁଡିକ ବିଡିଓଙ୍କ ସ୍ତରରେ ସମାଧାନ ହେବ। ବ୍ଲକସ୍ତରରେ ଯଦି ସମସ୍ୟାର ସମାଧାନ ହୋଇପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଭେରନ୍ସିଂରେ ଜଣାଇଛନ୍ତି।

ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟ, ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି। ସମସ୍ତ ଦୋକାନ ଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଆଶା କ୍ଷୀଣ କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ହେତୁ ଉତ୍ସବ ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପିବ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି।

ସ୍ଥାନେ ସ୍ଥାନେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ବ୍ୟକ୍ତି ବାହାରୁଛନ୍ତି। ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଜିଲ୍ଲାରେ ଜଣେ ମଧ ଶିଶୁ ଶ୍ରମିକ ରହିବେ ନାହିଁ ତାହା ସିନିଶ୍ଚିତ କରାନ୍ତୁ। କାମ ହେଉଥିବା ସ୍ଥାନରେ ଶ୍ରମିକ ମାନଙ୍କ ଅଧାର କାର୍ଡ ଯାଞ୍ଚ କରି ୧୪ବର୍ଷରୁ କମ୍ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରନ୍ତୁ। କାମବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମୋଗେହ୍ଲା ଝିଅ, ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁସାରେ ବାଲ୍ୟବିବାହ ରୋକିବା ନେଇ ପ୍ରଚଳିତ ନୀତି ନିୟମର ଯାଞ୍ଚ କରାଯାଉ। ନରେଗାରେ ସ୍ୱଚ୍ଛ ଭାରତ, ଗାଁ ଯେମିତି ସଫାସୁତରା ରହିବ ତାହାର ପରିଚାଳନା ଦେଖନ୍ତୁ। ଗାଁର ପରିମଳ ଓ ସଫା ସୁତରା ନଥିଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ। ନାଳ ନର୍ଦ୍ଦମା ଉପରେ ରହିଥିବା ଘରକୁ ଅଧିକାରୀମାନେ ହଟାଇ ତାହାର ସଫେଇ କାର୍ଯ୍ୟ ତ୍ୱରାନ୍ୱୀତ କରାଯାଉ। ମୋ ୱାର୍ଡର ସାହି କମିଟି ଗଠନ କରି ହ୍ୱାଟସ୍‌ଅପ ଗୃଫ କରି ପରିଚାଳାନ ଦିଗରେ ସମସ୍ତ ବ୍ୟବସ୍ଥା ଶୀଘ୍ର ଶେଷ କରନ୍ତୁ। ସେ ସବୁ ଠିକ୍ ପରିଚାଳନା ହେଉଛି କି ନାହିଁ ତାହାର ତଦାରଖ ନିଜେ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାପାଳ ଦେଖିବେ ବୋଲି କହିଥିଲେ।

ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱୀତ କରାନ୍ତୁ। ବ୍ଲକ ସ୍ତରରେ ବିଡିଓ ଏବଂ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରନ୍ତୁ। ସମସ୍ତ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ମାନ ଖୋଲି ରାସନ କାର୍ଡ, ଭତ୍ତା ଓ ଗ୍ରାମୀଣ ଗୃହ ଯୋଜନାର ଅଭିଯୋଗ ଗୁଡିକ ଶୁଣାଣୀ କରନ୍ତୁ।

ବୈଠକରେ ବ୍ରହ୍ମପୁର ମହାନଗର ନୀଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଗଂଜାମ ଆରଟିଓ ବିକାଶ ଚୈାଧୂରୀ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ଜିଲ୍ଲପାଳ। ଜିଲ୍ଲାପାଳ ବ୍ଲକରେ ପଂହଁଚି କରୋନା ମହାମାରୀର ସଚେତନତା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ବର୍ତ୍ତମାନ ଶୀତଦିନ ଆସୁଥିବାରୁ କରୋନା ବିପତ୍ତି ଟଳିନାହିଁ ତେଣୁ ବ୍ଲକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ।

ଏହାପରେ ଏମଏନଜିଆରଏସ କାର୍ଯ୍ୟ ଉପରେ ସମୀକ୍ଷା କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ବ୍ଲକର ବିଭିନ୍ନ ସରପଞ୍ଚଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଗ୍ରଗତି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବିଭିନ୍ନ ପଞ୍ଚାୟତରେ ଏମଏନଜିଆରଏସ କାର୍ଯ୍ୟର ଧିମା ଅଗ୍ରଗତି ନେଇ ଜେଇ ମାନଙ୍କୁ ତାଗିତ କରିଛନ୍ତି ଜିଲ୍ଲାପାଳ। ଏହାପରେ ଦୋକାନ ଆଗରେ ଅଳିଆଆବର୍ଜନା ପଡ଼ିରହୁଥିବା କଥା ଜାଣିବାପରେ ଆବର୍ଜନା ପରିଷ୍କାର କରିବା ପାଇଁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି। ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା। ତହସିଲଦାର ଅବନୀ କୁମାର ସାହୁ। ବିଡ଼ିଓ ବେଦବର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ଗସ୍ତ: କେ.ବରିଡା ସ୍ଥିତ ନିର୍ମାଣାଧୀନ ପାର୍କର ଅଗ୍ରଗତି ନେଇ କଲେ ସମୀକ୍ଷା

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ। ମଙ୍ଗଳବାର ଦିନ ଜିଲ୍ଲାପାଳ କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ନିର୍ମାଣାଧୀନ ପାର୍କର ଅଗ୍ରଗତିର ସମୀକ୍ଷା କରିଛନ୍ତି। ନିର୍ମାଣଧୀନ ପାର୍କର ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ। ମନରେଗା ଯୋଜନା ଏବଂ ପଂଚାୟତ ପାଣ୍ଠିରୁ ଆସିଥିବା ଅନୁଦାନରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପିଲାଙ୍କ ମଧ୍ୟରେ ଅନଲାଇନରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା କରାଯିବ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ଠାରୁ  କୋଭିଡ଼ ସଚେତନ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି। ଜନପ୍ରତିନିଧି ଏବଂ ସ୍ଵେଚ୍ଚାସେବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଏନଜିଓ, କୋଭିଡ଼ ଶକ୍ତି ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ସଚେତନତା କରିବେ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କ୍ୟାମ୍ପେନ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପିଲାଙ୍କ ମଧ୍ୟରେ ଅନଲାଇନରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମକୁ କରୋନା ମୁକ୍ତ କରିବାପାଇଁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କ ସହଯୋଗ ଲୋଡିଛନ୍ତି। କରୋନାକୁ ହାଲକା ଭାବେ ନନେଇ ସାମାଜିକ ଦୁରତ୍ଵରକ୍ଷା କରିବା, ସମସ୍ତେ ମାସ୍କ ନିୟମିତ ପିନ୍ଧିବା, ନିୟମିତ ବ୍ୟବଧାନରେ ନିଜ ହାତକୁ ସାବୁନରେ ଧୋଇବା କିମ୍ବା ସାନିଟାଇଜ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଛକ ଜାଗା ମାନଙ୍କରେ ମାସ୍କ ବଣ୍ଟାଯିବ ବୋଲି ଜିଲ୍ଲାପାଳ ପ୍ରେସ ମିଟରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବେଗୁନିଆପଡା ବ୍ଲକର ହଂସତୁଳି ଗ୍ରାମ କଣ୍ଟେନମେଣ୍ଟ ସହ ବିଭିନ୍ନ ପଞ୍ଚାୟତକୁ ବଫର ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ତିନି ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି : ଗଞ୍ଜାମ ଜିଲ୍ଲା ପ୍ରଶାସନ

ଆସିକା : ଗଞ୍ଜାମର ଗୋଟିଏ ପଞ୍ଚାୟତରେ ତିନି ଜଣଙ୍କର ମୃତ୍ୟୁ ହେବା ଖବରକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛନ୍ତି । ଧରାକୋଟ ବ୍ଲକରେ ତିନିଜଣଙ୍କର ନୁହେଁ ବରଂ ଜଣକର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଧରାକୋଟ ବ୍ଲକ ଜାହଡା ବ୍ଲକରୁ କେବଳ ଜଣକର ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ୍ୟୁ ଖବର ଏକ ଗୁଜବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏନେଇ ଏକ ଟୁଇଟ୍‌ କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ,  ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ତିନିଦିନରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା । ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ବାଇଁଙ୍କ ସହ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ମୃତକଙ୍କ ଭାଇ ହୋଇଥିବାର ସୂଚନା ରହିଥିଲା । ତେବେ ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ମୃତ୍ୟୁ ମଧ୍ୟ ହୋଇଛି ।