ପିଲାଙ୍କ ମଧ୍ୟରେ ଅନଲାଇନରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା କରାଯିବ: ଗଞ୍ଜାମ ଜିଲ୍ଲାପାଳ

Published: Sep 23, 2020, 5:17 pm IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ଠାରୁ  କୋଭିଡ଼ ସଚେତନ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି। ଜନପ୍ରତିନିଧି ଏବଂ ସ୍ଵେଚ୍ଚାସେବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଏନଜିଓ, କୋଭିଡ଼ ଶକ୍ତି ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ସଚେତନତା କରିବେ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କ୍ୟାମ୍ପେନ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପିଲାଙ୍କ ମଧ୍ୟରେ ଅନଲାଇନରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମକୁ କରୋନା ମୁକ୍ତ କରିବାପାଇଁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କ ସହଯୋଗ ଲୋଡିଛନ୍ତି। କରୋନାକୁ ହାଲକା ଭାବେ ନନେଇ ସାମାଜିକ ଦୁରତ୍ଵରକ୍ଷା କରିବା, ସମସ୍ତେ ମାସ୍କ ନିୟମିତ ପିନ୍ଧିବା, ନିୟମିତ ବ୍ୟବଧାନରେ ନିଜ ହାତକୁ ସାବୁନରେ ଧୋଇବା କିମ୍ବା ସାନିଟାଇଜ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଛକ ଜାଗା ମାନଙ୍କରେ ମାସ୍କ ବଣ୍ଟାଯିବ ବୋଲି ଜିଲ୍ଲାପାଳ ପ୍ରେସ ମିଟରେ ପ୍ରକାଶ କରିଛନ୍ତି।

Related posts