ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୦୯ କରୋନା ଆକ୍ରାନ୍ତ

Published: Apr 21, 2021, 7:49 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୨୭୪, ସୁନ୍ଦରଗଡରୁ ୨୬୬, ଖୋର୍ଦ୍ଧାରୁ ୨୦୬, କେନ୍ଦୁଝରରୁ ୧୫୨, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୩, ବରଗଡରୁ ୧୦୮, ପୁରୀରୁ ୧୦୭, ବଲାଙ୍ଗୀରିରୁ ୮୮, ବାଲେଶ୍ବରରୁ ୮୦, ଝାରସୁଗୁଡ଼ାରୁ ୬୪, କଟକରୁ ୫୭, ନବରଂଗପୁରରୁ ୫୨, ଗଞ୍ଜାମରୁ ୪୨, ଯାଜପୁରରୁ ୩୩, ଦେବଗଡରୁ ୩୧, ରାୟଗଡାରୁ ୨୮, ମୟୂରଭଞ୍ଜରୁ ୨୬, ଅନୁଗୁଳରୁ ୨୦, ଗଜପତିରୁ ୧୯, କନ୍ଧମାଳରୁ ୧୫, ସୋନପୁରରୁ ୧୪, ଜଗତସିଂହପୁରରୁ ୧୩, ଭଦ୍ରକରୁ ୧୧, କୋରାପୁଟରୁ ୯, ନୟାଗଡରୁ ୮, ଢେଙ୍କାନାଳରୁ ୩, କେନ୍ଦ୍ରାପଡାରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫୧ ହଜାର ୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ କୁ ବୃଦ୍ଧି ହୋଇଛି। ତେବେ ୨୮ ହଜାର ୯୧୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୫୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts