ରାଜ୍ୟରେ ଆଜି ୬ ହଜାର ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Apr 23, 2021, 9:45 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୧୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୩ ହଜାର ୫୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୯ ହଜାର ୧୧୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୬୫ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୫୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୮୪ ଜଣ, ଅନୁଗୁଳ ୧୭୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୭୯ ଜଣ, ବରଗଡ ଜିଲ୍ଲାରୁ ୨୬୮ ଜଣ, ଭଦ୍ରକ ଜିଲ୍ଲାରୁ ୮୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୧୧ ଜଣ, ବୌଦ୍ଧ ଜିଲ୍ଲାରୁ ୨୦ ଜଣ, କଟକ ୩୮୩ ଜଣ, ଦେବଗଡ ଜିଲ୍ଲାରୁ ୩୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୪୭ ଜଣ, ଗଞ୍ଜାମ ଜିଲ୍ଲାରୁ ୬୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୨ ଜଣ, ଯାଜପୁର ଜିଲ୍ଲାରୁ ୮୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୬୧ ଜଣ, କଳାହାଣ୍ଡିରୁ ୬୮୨ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୫୭ ଜଣ, କୋରାପୁଟ ଜିଲ୍ଲାରୁ ୫୮ ଜଣ, ମାଲକାନାଗିରି ଜିଲ୍ଲାରୁ ୨୧ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୧୫ ଜଣ, ନବରଂଗପୁର ଜିଲ୍ଲାରୁ ୨୫୭ ଜଣ, ନୟାଗଡ ଜିଲ୍ଲାରୁ ୮୨ ଜଣ, ନୂଆପଡା ଜିଲ୍ଲାରୁ ୪୪୬ ଜଣ, ପୁରୀ ଜିଲ୍ଲାରୁ ୩୦୬ ଜଣ, ରାୟଗଡା ଜିଲ୍ଲାରୁ ୭୦ ଜଣ, ସମ୍ବଲପୁର ଜିଲ୍ଲାରୁ ୨୬୩ ଜଣ, ସୋନପୁର ଜିଲ୍ଲାରୁ ୬୫ ଜଣ ଏବଂ ଷ୍ଟେଟ ପୁଲରୁ ୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts