ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୪୫୨ କରୋନା ଆକ୍ରାନ୍ତ

Published: Apr 23, 2021, 6:19 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୪୫୮, ଖୋର୍ଦ୍ଧାରୁ ୩୫୦, ନୂଆପଡାରୁ ୨୧୭, ଝାରସୁଗୁଡାରୁ ୧୪୫, ସମ୍ବଲପୁରରୁ ୧୨୦, ପୁରୀରୁ ୧୧୨, ବରଗଡରୁ ୧୧୧, କଟକରୁ ୧୧୦, କେନ୍ଦୁଝରରୁ ୭୪, ବାଲେଶ୍ବରରୁ ୭୧, ଅନୁଗୁଳରୁ ୬୫, ଗଞ୍ଜାମରୁ ୫୫, ଯାଜପୁରରୁ ୪୭, ନବରଙ୍ଗପୁରରୁ ୪୩, ମୟୂରଭଞ୍ଜରୁ ୩୮, ରାୟଗଡାରୁ ୩୪, କଳାହାଣ୍ଡିରୁ ୩୧, ଭଦ୍ରକରୁ ୨୮, ସୋନପୁରରୁ ୨୫, ଦେବଗଡ଼ରୁ ୨୩, ଗଜପତିରୁ ୨୦, ଜଗତସିଂହପୁରରୁ ୧୮, କୋରାପୁଟରୁ ୧୭, ନୟାଗଡରୁ ୧୪, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୨, ମାଲକାନାଗିରିରୁ ୭, ଢେଙ୍କାନାଳାରୁ ୪ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫୬ ହଜାର ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୩ ହଜାର ୫୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୬ ହଜାର ୬୬୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭୩ କୁ ବୃଦ୍ଧି ହୋଇଛି।

Related posts