ଆଜି ଓଡିଶାରୁ ଚିହ୍ନଟ ହେଲେ 6 ହଜାର 6ଶହ କରୋନା ଆକ୍ରାନ୍ତ, ସୁଧୁରୁଛି ସ୍ଥିତି!

Published: Apr 24, 2021, 9:48 am IST

ଭୁବନେଶ୍ବର, ରାଜ୍ୟରୁ 6 ହଜାର 6ଶହ  47 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ତଥ୍ୟ ପ୍ରଦାନ କରିଛି। ସେହି ଅନୁସାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ବାରଣ୍ଟାଇନ କେନ୍ଦ୍ରରୁ 3 ହଜାର 8 ଶହ 55 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଉଛି 2 ହଜାର 7ଶହ 92 ଜଣ।

ଗତକାଲିର ତଥ୍ୟ ଅନୁସାରେ ଓଡିଶାରୁ ଚିହ୍ନଟ ହୋଇଥିଲେ 6 ହଜାର 215 ଜଣ। ଅର୍ଥାତ ଏହି ଦୁଇ ଦିନ ମଧ୍ୟରେ 432 ଜଣ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବ ତଥ୍ୟକୁ ହିସାବକୁ ନେଲେ ଗୋଟିଏ ଗୋଟିଏ ଦିନରେ ହଜାରେ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

Related posts