ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୮ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୮୧ କୁ ବୃଦ୍ଧି

Published: Apr 24, 2021, 11:16 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବଲାଙ୍ଗୀରି, ବାଲେଶ୍ଵର, ବରଗଡ, ଭଦ୍ରକ କଟକ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜି ସୁନ୍ଦରଗଡ ଜିଲ୍ଲାର ୨ ଜଣ ୫୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ ୫୪ ବର୍ଷୀୟ ପୁରୁଷ, ବାଲେଶ୍ଵର ଜିଲ୍ଲାରୁ ଜଣେ ୨୯ ବର୍ଷିୟ ଯୁବକ, ବରଗଡ ଜିଲ୍ଲାରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୩୮ ବର୍ଷୀୟ, କଟକ ଜିଲ୍ଲାରୁ ୬୫ ବର୍ଷିୟା ମହିଳା ଏବଂ ନୂଆପଡା ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୬ ହଜାର ୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୧ କୁ ବୃଦ୍ଧି ହୋଇଛି।

Related posts