ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୭ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୮୮ କୁ ବୃଦ୍ଧି

Published: Apr 25, 2021, 11:48 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ରାୟଗଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଭୁବନେଶ୍ବର, ଗଞ୍ଜାମ, ପୁରୀ, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜି ସୁନ୍ଦରଗଡ ଜିଲ୍ଲାର ୨ ଜଣ ଆକ୍ରାନ୍ତ ମଧ୍ୟରୁ ଜଣେ ୫୩ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୬୮ ବର୍ଷିୟା ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିଭଳି ଭୁବନେଶ୍ବରରୁ ଜଣେ ୩୮ ବର୍ଷୀୟ ଯୁବକ, ଗଞ୍ଜାମ ଜିଲ୍ଲାରୁ ଜଣେ ୩୫ ବର୍ଷୀୟ ଯୁବକ, ପୁରୀରୁ ଜଣେ ୭୮ ବର୍ଷିୟା ମହିଳା, କଳାହାଣ୍ଡି ଜିଲ୍ଲାରୁ ଜଣେ ୫୦ ବର୍ଷିୟା ମହିଳା ଏବଂ ଜଣେ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୪୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୯ ହଜାର ୪୬୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୫ ହଜାର ୯୪୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୮ କୁ ବୃଦ୍ଧି ହୋଇଛି।

Related posts