ଟିଡିପିର ଇସ୍ତାହାର ପତ୍ରରେ ନାଇଡୁଙ୍କ କଲ୍ୟାଣକାରୀ ଯୋଜନା ସହ ବିକାଶର ପ୍ରତିଜ୍ଞା

Published: Apr 7, 2019, 3:26 pm IST
chandrababu releases manifesto for 2019 general election

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗତକାଲି ନିର୍ବାଚନୀ ଇସ୍ତାହାର ପତ୍ର ‘ଆପଣଙ୍କ ଭବିଷ୍ୟତ ମୋ‘ ଦାୟିତ୍ବ’ ଜାରି କରିଛନ୍ତି। ଏହି ନିର୍ବାଚନୀ ପତ୍ରରେ କୃଷକ, ମହିଳା, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ, ସର୍ବଣ୍ଣ ସଂରକ୍ଷଣ,  ଯୁବକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।  ଅମରାବତୀଠାରେ ଏହି ପତ୍ର ଉନ୍ମୋଚନ କରିବା ଅବସରରେ ଚନ୍ଦ୍ରବାବୁ କହିଛନ୍ତି ଯେ, ଟିଡିପି କ୍ଷମତାକୁ ଫେରିଲେ ଗରିବମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ଦେବ। ସେହିପରି ପ୍ରଧାନମନ୍ତ୍ରୀ କିସାନ ଯୋଜନା ପରି କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ବ ରଖିଛନ୍ତି। ସେହିପରି ମହିଳାଙ୍କ ରାଜନୀତିରେ ସକ୍ରିୟ କରିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ, ଅଙ୍ଗନଓ୍ବାଡ଼ିଙ୍କ ପାଇଁ ପକ୍କା ଘର, ସେହିପରି ଆଗାମୀ ପାଞ୍ଚବର୍ଷରେ ଗ୍ରାମୀଣ ଅଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଆଦିର ଉଲ୍ଲେଖ ରହିଛି। ଆନ୍ଧ୍ରପ୍ରଦେଶରେ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts