ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୦୮୯ କରୋନା ଆକ୍ରାନ୍ତ

Published: Apr 27, 2021, 7:11 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୦୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୦୧, ସୁନ୍ଦରଗଡରୁ ୩୩୭, କଳାହାଣ୍ଡିରୁ ୩୨୩, ଝାରସୁଗୁଡାରୁ ୨୫୩, ନୂଆପଡ଼ାରୁ ୨୫୧, ପୁରୀରୁ ୨୧୯, ବରଗଡରୁ ୨୦୨, ସମ୍ବଲପୁରରୁ ୧୯୮, ବଲାଙ୍ଗୀରିରୁ ୧୬୯, ନବରଙ୍ଗପୁରରୁ ୧୨୯, ଗଞ୍ଜାମରୁ ୧୦୭, ମୟୂରଭଞ୍ଜରୁ ୧୦୦, ବାଲେଶ୍ବରରୁ ୯୮, କେନ୍ଦୁଝରରୁ ୯୩, ଯାଜପୁରରୁ ୯୦, ରାୟଗଡ଼ାରୁ ୭୧, ଗଜପତିରୁ ୫୧, ଅନୁଗୁଳରୁ ୪୬, ସୋନପୁରରୁ ୪୩, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡ଼ାରୁ ୨୯, ଭଦ୍ରକରୁ ୨୭, କୋରାପୁଟରୁ ୨୬, କନ୍ଧମାଳରୁ ୧୮, ମାଲକାନାଗିରିରୁ ୧୮, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଏବଂ ଷ୍ଟେଟ ପୁଲରୁ ୧୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭୧ ହଜାର ୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୬ ହଜାର ୮୬୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି।

Related posts