ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୦୧୭ କୁ ବୃଦ୍ଧି

Published: Apr 28, 2021, 10:42 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ପୁରୀ ଏବଂ ରାୟଗଡା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ପୁରୀ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୮୦ ବର୍ଷୀୟ ବୟସ୍କ ପୁରୁଷ, ଜଣେ ୫୫ ବର୍ଷିୟା ମହିଳା ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ରାୟଗଡା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ, ଜଣେ ୪୭ ବର୍ଷୀୟ ପୁରୁଷ ଏବଂ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ଜଣେ ୪୨ ବର୍ଷୀୟ ପୁରୁଷ, ଗଞ୍ଜାମ ଜିଲ୍ଲାର ଜଣେ ୬୬ ବର୍ଷୀୟ, ଖୋର୍ଦ୍ଧା ଜିଲ୍ଲାର ଜଣେ ୩୫ ବର୍ଷୀୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାର ଜଣେ ୬୭ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ କୁ ବୃଦ୍ଧି ହୋଇଛି।

Related posts