
ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଥିବା ସରଳସିଂହ ଗେଟ ଠାରେ ଏକ ଅଘଟଣ ଘାଟିଯାଇଛି। ଯଶବନ୍ତପୁରରୁ ହାୱଡ଼ା ଯାଉଥିବା ଚଳନ୍ତି ଟ୍ରେନରୁ ଜଣେ ଯୁବକ ଖସିପଡିଛନ୍ତି। ଖସିଥିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତ ଯୁବକ ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ସହରର ବୋଲି ଜଣାପଡିଛି।
ଆହତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସ୍ଥଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ କୁ ୧୦୮ ଦ୍ୱାରା ସ୍ଥାନାନ୍ତରିତ କରାଯାଇଛି। ତେବେ ଏତେବଡ ଦୁର୍ଘଟଣା ଘଟିଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏଯାବତ ରେଳବାଇ ପୋଲିସ ଅବା ସ୍ଥାନୀୟ ପୋଲିସ ଏବାଦରେ ଅବଗତ ନାହିଁ।