Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ପାଞ୍ଚ ବେପାରୀ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଜନିତ ଚଢ଼ାଉ କରି ଷ୍ଟେସନ ପରିସରରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମରେ ଚଢ଼ାଉ କରାଯାଇ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାମିଲନାଡୁ ସାଲେମ ଜିଲ୍ଲାର ନନ୍ଦକୁମାର ଆର (୨୬), ପ୍ରଶାନ୍ତ ଏମ (୧୮), ଲଗେସ୍ୱରନ ଚନ୍ଦ୍ରଶେଖରନ (୨୨), ବିଶ୍ୱ ମଣିକନ୍ଦନ (୨୧) ଏବଂ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ରାଜେଶ ପ୍ରଧାନ (୨୧)।

ସେମାନଙ୍କ ନିକଟରୁ ୨୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୫ ହଜାର ଟଙ୍କା ହେବ। ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇର ଚୋରା ଚାଲାଣ ପାଇଁ ବାଲୁଗାଁ ଷ୍ଟେସନରେ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ଚେନ୍ନାଇ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ। ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପାସେଞ୍ଜର ଟ୍ରେନରୁ ମହିଳାଙ୍କ ଶବ ଉଦ୍ଧାର କଲା ଆରପିଏଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଠାରେ କଟକ-ପଲାସା ପାସେଞ୍ଜର ଟ୍ରେନ ମଧ୍ୟରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ଆରପିଏଫ। ମୃତକ ଜଣକ ଖୋର୍ଦ୍ଧା ଅରଗୁଳ ଅଞ୍ଚଳର ଅର୍ଜୁନ ସିଂ ଙ୍କ ପତ୍ନୀ ବିଷ୍ଣୁପ୍ରିୟା ସିଂ (୬୫)। ବିଷ୍ଣୁପ୍ରିୟାଙ୍କ ପୁତ୍ର ଗୋପୀ ସିଂ ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଛତିଶଗଡ ମହସାମୁଣ୍ଡ ରେଳଷ୍ଟେସନରେ ଆରପିଏଫ ଏଏସଆଇ ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

ସୂଚନା ମୁତାବକ ବିଷ୍ଣୁପ୍ରିୟା ଗତକାଲି ରାତିରେ କଟକ-ପଲାସା ପାସେଞ୍ଜର ଟ୍ରେନରେ ଖୋର୍ଦ୍ଧାରୁ ଅରଗୁଳ ଯାଉଥିବା ବେଳେ ଖୋର୍ଦ୍ଧା ଷ୍ଟେସନ ଛାଡିବା ମାତ୍ରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ତେବେ ଟ୍ରେନ ଟି ବାଲୁଗାଁ ଷ୍ଟେସନରେ ପହଞ୍ଚିବା ପରେ ପାସେଞ୍ଜର ମାନେ ଏ ନେଇ ବାଲୁଗାଁ ଆରପିଏଫକୁ ଖବର ଦେଇଥିଲେ।

ଆରପିଏଫ କର୍ମଚାରୀମାନେ ଟ୍ରେନରୁ ଶରୀର ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ହୃଦଘାତ ଲାଗି ହୋଇଥିବାର ଅନୁମାନ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।

ଆଜି ଖୋର୍ଦ୍ଧା ରୋଡ ଜିଆରପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରୁ ଆରପିଏଫ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ପୁରୀ ଓଖା ଏକ୍ସପ୍ରେସ ଜରିଆରେ ଗଞ୍ଜେଇକୁ ସୁରାଟ ନେଇ ଯିବା ପାଇଁ ଯୋଜନା କରିଥିଲେ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ପ୍ରଦୀପ ପାଳ (୨୯) ଏବଂ ଲକ୍ଷ୍ମଣ କୁମାର ସ୍ୱାଇଁ (୨୨)। ଉଭୟ ଅଭିଯୁକ୍ତ ବାଲୁଗାଁ ଷ୍ଟେସନରେ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ।

ଜବତ ଗଞ୍ଜେଇ ପରିମାଣ ୧୩ କେଜି ୩୮୦ ଗ୍ରାମ ବୋଲି ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କା ହେବ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଉତ୍ତର କ୍ୟାବିନ ନିକଟ ରେଳ ଧାରଣାରୁ ଏକ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହୋଇଛି। କୌଣସି କାରଣ ବଶତଃ ଟ୍ରେନରେ କଟି ଶରୀରରୁ ଗୋଡ଼ ଦୁଇଟି ଅଲଗା ହୋଇ ରେଳ ଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଷ୍ଟେସନ ଅଧିକାରୀଙ୍କୁ ଅବଗତ କରିଥିଲେ।

ମୃତକ ଜଣକଙ୍କ ବୟସ ଆନୁମାନିକ ୩୫-୪୦ ଜଣାପଡୁଥିବା ବେଳେ ଏକ ନାଲି ରଙ୍ଗର ଟି ସାର୍ଟ ଓ ନୀଳ ରଙ୍ଗର ଏକ ପ୍ୟାଣ୍ଟ ପିନ୍ଧିଥିବା ଦେଖାଦେଇଛି। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ଓ ଖୋର୍ଦ୍ଧା ରୋଡ ଜିଆରପିର ଅଧିକାରୀମାନେ ପହଞ୍ଚି କେସ ନମ୍ବର ୨୩/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଖୋର୍ଦ୍ଧା ଠାରୁ ବ୍ରହ୍ମପୁର ଅଭିମୁଖେ ଏକ ଡାଉନ ଯାତ୍ରୀବାହୀ ଟ୍ରେନରୁ କୌଣସି କାରଣବଶତଃ ଖସି ଯାଇଥିବା ସନ୍ଦେହ ହେଉଥିବା ବେଳେ ମୃତକଙ୍କ ପରିଚୟ ମିଳି ନଥିବା ନିରାକାରପୁର ଜିଆରପି ଏଏସଆଇ ପରିକ୍ଷିତ ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ବ୍ୟକ୍ତିଙ୍କ ଶରୀରରୁ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି।

ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ଏବଂ ନିରାକାରପୁର ଜିଆରପି ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିଚୟ ଅଦ୍ୟାବଧି ମିଳିପାରିନାହିଁ। ତେବେ ଆଜି ଅପରାହ୍ନରେ ଫାଲକନାମା ଟ୍ରେନ ବାଲୁଗାଁ ଷ୍ଟେସନ ଛାଡିବା ପରେ ବ୍ୟକ୍ତି ଜଣକ ଉକ୍ତ ଟ୍ରେନ ସମ୍ମୁଖରେ ଆତ୍ମହତ୍ୟା କରିଛନ୍ତି ବୋଲି ବାଲୁଗାଁ ଆରପିଏଫ ଏସଆଇ କୃଷ୍ଣ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନ ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଯୁବକ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ଜଣେ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକଙ୍କ ବ୍ୟାଗ ତଲାସି ନିଆଯିବାରୁ ତନ୍ମଧ୍ୟରୁ ୧୧ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୧୩ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଦୀପକ ଗୌଡ଼(୨୦)।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଖୋର୍ଦ୍ଧା ରୋଡ ଜିଆରପି କେସ ନମ୍ବର ୨୭/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫ ମିଳିତ ଭାବେ ଚଢ଼ାଉ କରି ଜଣେ ଗଞ୍ଜେଇ ବେପାରିଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବବୁଲ ବାରିକ (୨୦)। ତାଙ୍କ ନିକଟରୁ ୧୨ କେଜି ଗଞ୍ଜେଇ ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏନଡ଼ିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ରାମପୁର ରୋଡ ରେଳ ଲାଇନରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି।

ଆଜି ସକାଳେ ରେଳ ଲାଇନରେ ଏକ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବାଲୁଗାଁ ଆରପିଏଫ କୁ ଖବର ଦେଇଥିଲେ। ବର୍ତ୍ତମାନ ବାଲୁଗାଁ ଆରପିଏଫ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ରୋଡ ଜିଆରପି କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଆରପିଏଫ: ତିନି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକ ମାନଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୫ କେଜି ୧୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୫୧ ହଜାର ୪୦୦ ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଆରପିଏଫ ୩ ଜଣ ଯୁବକଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି। ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ସ୍ୱାଇଁ (୩୪) ଓ ଶିବାନନ୍ଦ ପଣ୍ଡା (୨୬) ଏବଂ ଖଲ୍ଲିକୋଟ ଥାନା ଅଞ୍ଚଳର ବଳରାମ ବାରିକ (୧୯)। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଖୋର୍ଦ୍ଧା ରୋଡ ଜିଆରପି କେସ ନମ୍ବର ୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର ଠାବ କଲା ଆରପିଏଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କୁହୁଡି ଓ ବାଲୁଗାଁ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳ ଧାରଣା କଡରେ ଏକ ଅଚିହ୍ନା ଶବ ପଡ଼ିରହିବାର ଦେଖିବାକୁ ମିଳିଛି। ଶବଟି ଜଣେ ଯୁବକଙ୍କ ହୋଇଥିବାବେଳେ ସେ ଏକ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି।  ତେବେ ତାଙ୍କର ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଉକ୍ତ ଖବର ପାଇବା ପରେ ବାଲୁଗାଁ ଆରପିଏଫ ଖୋର୍ଦ୍ଧା ରୋଡ ଜିଆରପି କୁ ଏ ସମ୍ବନ୍ଧୀୟ ସୂଚନା ଦେଇଛି। ଜିଆରପି ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବନ୍ଦ ହେଲା ବହୁବର୍ଷ ଧରି ବାଲୁଗାଁ ରେଳ ଷ୍ଟେସନରେ ଥିବା କ୍ୟାଣ୍ଟିନ: ଜାଣନ୍ତୁ କାରଣ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଦୀର୍ଘ ବର୍ଷ ଧରି ଅବସ୍ଥିତ ଥିବା କ୍ୟାଣ୍ଟିନକୁ ଆଜି ରେଳ ବିଭାଗ ପକ୍ଷରୁ ଭାଙ୍ଗିଦିଆଯାଇଛି।  ତେବେ ଏଥିରେ ବେଶୀ ପ୍ରଭାବିତ ହେବେ ରେଳ ଯାତ୍ରୀ।

ସୂଚନା ଥାଉ କି ଖୋର୍ଦ୍ଧା ରୋଡ ଓ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସବୁଠାରୁ ବଡ଼ ଷ୍ଟେସନ ବାଲୁଗାଁ ଅଟେ। ଏଠାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଭାରତର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି।  ଏପରିକି ବ୍ୟବସାୟ ପେଣ୍ଠସ୍ଥଳି ବାଲୁଗାଁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଏଠାକୁ ଆସିଥାନ୍ତି।

ଅନୁରୂପ ଭାବେ ଆଇଏନଏସ ଚିଲିକାକୁ ମଧ୍ୟ ପ୍ରତିଦିନ ବହୁ ପ୍ରଶିକ୍ଷାର୍ଥୀ ଓ ଅଧିକାରୀ ମାନେ ବାଲୁଗାଁ ଷ୍ଟେସନକୁ ଆସିଥାନ୍ତି। ପ୍ରତିଦିନ ବହୁ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ବାଲୁଗାଁ ଷ୍ଟେସନରୁ ନିଜ ଗନ୍ତବ୍ୟସ୍ଥଳକୁ ଯା ଆସ କରିଥାନ୍ତି। ତେବେ ଏ ସବୁ ଭିତରେ କାହିଁ କେଉଁ କାଳରୁ ଯାତ୍ରୀମାନଙ୍କୁ ଉକ୍ତ ଏକମାତ୍ର କ୍ୟାଣ୍ଟିନ ଟି ସେବା ଯୋଗାଇ ଆସୁଥିଲା ଯାହାକି ଏବେ ବନ୍ଦ ହୋଇଯାଇଛି।

ବର୍ତ୍ତମାନ ରେଳ ଯାତ୍ରୀ ମାନେ କ୍ୟାଣ୍ଟିନ ବିନା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ।  ଖାଦ୍ୟଠୁ ନେଇ ଚା ଏବଂ ପାଣି ପାଇଁ ସମସ୍ତେ ଉକ୍ତ କ୍ୟାଣ୍ଟିନ ଉପରେ ନିର୍ଭର କରୁଥିଲେ।  ତେବେ ଏ ନେଇ ବାଲୁଗାଁ ରେଳ ଷ୍ଟେସନ ମାଷ୍ଟର ଶଙ୍କର ନାୟକଙ୍କୁ ପଚାରିବାରୁ ଉକ୍ତ କ୍ୟାଣ୍ଟିନ ଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ବହୁ ଦିନ ପୁର୍ବରୁ ଏହାର ଟେଣ୍ଡର ଅବଧି ମଧ୍ୟ ଶେଷ ହୋଇଯାଇଥିଲା ବୋଲି କହିଛନ୍ତି। ଏବଂ ଏହାକୁ ଖାଲି କରିବାପାଇଁ କ୍ୟାଣ୍ଟିନ ଚାଳକଙ୍କୁ ରେଳବାଇ ପକ୍ଷରୁ ପୁର୍ବରୁ ନୋଟିସ ହୋଇସାରିଛି। ବର୍ତ୍ତମାନ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ନିୟମ ଅନୁଯାୟୀ ବାଲୁଗାଁ ରେଳ ଷ୍ଟେସନରେ ନୂତନ କ୍ୟାଣ୍ଟିନ ବ୍ୟବସ୍ଥା ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

ତେବେ ରେଳ ବିଭାଗ ପକ୍ଷରୁ ଯଥାଶୀଘ୍ର ନୂତନ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଉ ବୋଲି ରେଳ ଯାତ୍ରୀ ମାନେ ଡ଼ିଆରଏମଙ୍କ ନିକଟରେ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ: ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କୈରାସୀ ଗ୍ରାମର ରାଜେଶ୍ୱର ଜେନା। ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ ହୋଇଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୪୧/୨୨-୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଆରପିଏଫ ଏଏସଆଇ ଏସ.ଅର୍ଜୁନ ପାତ୍ର ଆଦି ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ: ଚଳନ୍ତା ଯାତ୍ରୀବାହି ଟ୍ରେନରୁ ପଡି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳବାଇ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଜଣେ ଯୁବକ ପଡ଼ିଯାଇ ଗୁରୁତର ହୋଇଥିବା ଜଣାପଡିଛି।

ଖବର ମୁତାବକ ଆଜି ଅପରାହ୍ନରେ ସୋଲରି ଏବଂ ଗଙ୍ଗାଧରପୁର ଷ୍ଟେସନ ମଧ୍ୟରେ ଜଣେ ଯୁବକ ରେଳ ଟ୍ରାକ ପାର୍ଶ୍ଵରେ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ ଜଣେ ଲୋକୋ ପାଇଲଟ। ସଙ୍ଗେସଙ୍ଗେ ଏ ନେଇ ବାଲୁଗାଁ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ ଷ୍ଟେସନ ମାଷ୍ଟର ଆରପିଏଫକୁ ମେମୋ ଦେଇଥିଲେ। ଆରପିଏଫ ଘଟଣାସ୍ଥଳକୁ ଯାଇ ଆହତ ଯୁବକଙ୍କୁ ଅଗ୍ନିଶମ ବାହିନୀର ସହଯୋଗରେ ଉଦ୍ଧାର କରି ଟାଙ୍ଗୀ ଏବଂ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ମେଡିକାଲକୁ ନେଇଥିବାର ଜଣାପଡିଛି।

ଯୁବକଙ୍କ ନାମ ଶିବଶଙ୍କର ସାହୁ (୨୫) ଏବଂ ସେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମ ମୋଚିରାମ ସାହୁଙ୍କ ପୁତ୍ର। ବର୍ତ୍ତମାନ ଯୁବକଙ୍କ ନିକଟରେ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିବା ବାଲୁଗାଁ ଆରପିଏଫ କର୍ମଚାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଯାଇଛି। ଜଣେ ବୟସ୍କ ମହିଳା ଚଳନ୍ତା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ଷ୍ଟେସନରେ ଦୁଇଦିନ ଧରି ଠିଆ ହୋଇଥିବା ଏକ ମାଲ ଗାଡ଼ି ଆଜି ଅପରାହ୍ନରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ବାଲୁଗାଁ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ଶେଷରେ ହଠାତ ଟ୍ରେନ ସମ୍ମୁଖକୁ ଜଣେ ବୟସ୍କ ମହିଳା ଡେଇଁ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କର ବୟସ ପାଖାପାଖି ୭୦ ରୁ ୭୫ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଜିଆରପି ମୃତଦେହ ଜବତ କରି ତଦନ୍ତ ଜାରିରଖିଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ଯାଞ୍ଚ କଲେ ଭାରତୀୟ ରେଳ ବୋର୍ଡର ପିଏସି ସଦସ୍ୟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତୀୟ ରେଳ ବୋର୍ଡର ଯାତ୍ରୀ ସୁବିଧା କମିଟି (ପିଏସି) ସଦସ୍ୟମାନେ ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିଦର୍ଶନକୁ ଆସି ଯାତ୍ରୀ ମାନଙ୍କ ସୁବିଧା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥାଗୁଡିକୁ ଯାଞ୍ଚ କରିଥିଲେ। ଏହି କମିଟିର ସଦସ୍ୟ ଦିଲୀପ ମଲ୍ଲିକ, ଅଜୟ କୁମାର ଯାଦବ, ଅଭିଜିତ ଦାସ, ରାମ କୁମାର ପହାନ, ଅଭିଲାଶ ପାଣ୍ଡେ, ବିଚିତ୍ର ନାରାୟଣ କଳିତା ଏବଂ ସୁନୀଲ ରାମ ରହିଛନ୍ତି।

ରେଳ ଷ୍ଟେସନର ଯାଞ୍ଚ ସମୟରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ ଜିନିଷ ଯଥା ପାନୀୟ ଜଳ ବ୍ୟବସ୍ଥା , ଶୌଚାଳୟ, ପ୍ରତୀକ୍ଷାଳୟ , ପ୍ଲାଟଫର୍ମ ସେଡ୍, ଯାତ୍ରୀମାନଙ୍କ ପାଇଁ ବସିବାର ବ୍ୟବସ୍ଥା ଇତ୍ୟାଦି ବିଷୟଗୁଡିକୁ ଯାଞ୍ଚ କରାଯାଇଥିଲା। ଷ୍ଟେସନ ପରିସରର ପରିଷ୍କାର ପରିଚ୍ଛନ୍ନତା ମଧ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା।

ତେବେ ସମସ୍ତ ପ୍ଲାଟଫର୍ମ ଗୁଡିକର ପ୍ରଥମରୁ ଶେଷ ଯାଏଁ ସଂପୂର୍ଣ୍ଣ ସେଡ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲା କମିଟି। ତେବେ କହିବାକୁ ଗଲେ ଷ୍ଟେସନରେ ଯାତ୍ରୀ ସୁବିଧା ବ୍ୟବସ୍ଥା ଉପରେ କମିଟିର ସମସ୍ତ ସଦସ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ।

ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ଡିଭିଜନର ବରିଷ୍ଠ ଡ଼ିସିଏମ, ବାଲୁଗାଁ ଷ୍ଟେସନ ପ୍ରବନ୍ଧକ ଶଙ୍କର ନାୟକ, ରେଳ ସୁରକ୍ଷା ବଳ ଥାନାଧିକାରୀ ମହେଶ୍ୱର ଚଣ୍ଡରାୟ ଏବଂ ଅନ୍ୟ ସମସ୍ତ ରେଳ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପିଏସି ସଦସ୍ୟଙ୍କୁ ବାଲୁଗାଁ ରେଳ ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀ ଏବଂ ସାଧାରଣ ଲୋକେ ସ୍ଵାଗତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଦ୍ଵାରା ବିଶାଳ ଗଣଧାରଣା: ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରୁ ନିୟମିତ ଯାତାୟତ କରୁଥିବା ଶତାଧିକ ରେଳ ଯାତ୍ରୀମାନେ ଏକ ବିଶାଳ ଗଣଧାରଣା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ବାଲୁଗାଁ ରେଳ ଷ୍ଟେସନରେ ରେଳ ଯାତ୍ରୀମାନେ ଏକତ୍ରୀତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଏକ ବିଶାଳ ଗଣଧାରଣା ଦେଇଛନ୍ତି। ସୁରେଶ କୁମାର ପ୍ରଧାନ, ସୁଦେଶ କୁମାର ସେଠୀ, ରବି ନାରାୟଣ ଷଡଙ୍ଗୀ ଏବଂ ସମାଜସେବୀ ଅନନ୍ତ ଚରଣ ଖଟେଇଙ୍କ ନେତୃତ୍ୱରେ ଉକ୍ତ ଗଣଧାରଣା ଦିଆଯାଇଛି।

ଏହି ଅବସରରେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଯାତାୟତ କରୁଥିବା ସମସ୍ତ ଲୋକାଲ ଟ୍ରେନ ଓ ପାସେଞ୍ଜର ଟ୍ରେନ ଚଳାଚଳ ଏବଂ ସମସ୍ତ ଟ୍ରେନ୍ ପାଇଁ ଅଣସଂରକ୍ଷିତ ଟିକେଟ ଓ ସିଜନାଲ୍ ଟିକେଟ ପ୍ରଦାନ ଦାବିରେ ଧାରଣାରତ ରେଳ ଯାତ୍ରୀମାନେ ବାଲୁଗାଁ ଷ୍ଟେସନ ମାଷ୍ଟର ସୁକାନ୍ତ ସାହୁଙ୍କ ମାଧ୍ୟମରେ ଏକ ଦାବିପତ୍ର ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରିଛନ୍ତି। ଗଣଧାରଣା ସମୟରେ ରେଳଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାଲୁଗାଁ ରେଳ ସୁରକ୍ଷା ବଳ ଥାନାଧିକାରୀ ମହେଶ୍ୱର ଚଣ୍ଡରାୟଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ: ୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ ନିଶାଦ୍ରବ୍ୟର ଚୋରା ଚାଲାଣ, ଅସାମାଜିକ କାର୍ଯକଳାପ ଏବଂ କୋଭିଡ଼ ନିୟମ ଉଲଂଘନ ବିରୁଦ୍ଧରେ ଏକ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ କରାଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଡି॰ ଇଂ ରାଓ, ଆରକ୍ଷୀ ଅଲେଖ ବେହେରା ଆଦି ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନତଲାସି କରିଥିଲେ।

ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେସନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୋଟାଏ କଳା ରଙ୍ଗର ବ୍ୟାଗ ସହ ବୁଲୁଥିବାର ଦେଖି ତାଙ୍କୁ ପଚରାଉଚରା କରିଥିଲା। ହଠାତ ଯୁବକ ଜଣକ ଏଥିରେ ବିଚଳିତ ହୋଇ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଆରପିଏଫ ଟିମ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲା।

ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗଟିର ତଲାସି କରାଯାଇଥିଲା ଏବଂ ଉକ୍ତ ଯୁବକଙ୍କ ଠାରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

ତଦନ୍ତ ପରେ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ଦକ୍ଷପ୍ରଜାପତି (ମାଳିସାହି) ର ରୀତିକ ରୋଶନ ମହାପାତ୍ର ବୋଲି ଜଣାପଡ଼ିଛି। ଜେରା ସମୟରେ ସେ ସ୍ଥାନୀୟ ଅଞ୍ଚଳର କିଛି ଅସମାଜିକ ଯୁବକ ମାନଙ୍କ ସହଯୋଗରେ ବିଜୟୱାଡା ଦେଇ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବାର ସ୍ୱୀକାର କରିଥିଲେ।

ଆରପିଏଫ ଥାନା ଅଧିକାରୀମାନେ ଏହି ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ରୋଡ଼ ଜିଆରପିରେ ଆଜି ଏନଡିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୬୦/୨୧ ରେ ଏକ ମାମଲା ରୁଜୁକରୀ ତଦନ୍ତ ଜାରିରଖିଥିବାର ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ: ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଥିବା ସରଳସିଂହ ଗେଟ ଠାରେ ଏକ ଅଘଟଣ ଘାଟିଯାଇଛି। ଯଶବନ୍ତପୁରରୁ ହାୱଡ଼ା ଯାଉଥିବା ଚଳନ୍ତି ଟ୍ରେନରୁ ଜଣେ ଯୁବକ ଖସିପଡିଛନ୍ତି। ଖସିଥିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତ ଯୁବକ ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ସହରର ବୋଲି ଜଣାପଡିଛି।

ଆହତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସ୍ଥଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ କୁ ୧୦୮ ଦ୍ୱାରା ସ୍ଥାନାନ୍ତରିତ କରାଯାଇଛି। ତେବେ ଏତେବଡ ଦୁର୍ଘଟଣା ଘଟିଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏଯାବତ ରେଳବାଇ ପୋଲିସ ଅବା ସ୍ଥାନୀୟ ପୋଲିସ ଏବାଦରେ ଅବଗତ ନାହିଁ।