Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଦ ହେଲା ବହୁବର୍ଷ ଧରି ବାଲୁଗାଁ ରେଳ ଷ୍ଟେସନରେ ଥିବା କ୍ୟାଣ୍ଟିନ: ଜାଣନ୍ତୁ କାରଣ
ଆଜିର ଖବର

ବନ୍ଦ ହେଲା ବହୁବର୍ଷ ଧରି ବାଲୁଗାଁ ରେଳ ଷ୍ଟେସନରେ ଥିବା କ୍ୟାଣ୍ଟିନ: ଜାଣନ୍ତୁ କାରଣ

September 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଦୀର୍ଘ ବର୍ଷ ଧରି ଅବସ୍ଥିତ ଥିବା କ୍ୟାଣ୍ଟିନକୁ ଆଜି ରେଳ ବିଭାଗ ପକ୍ଷରୁ ଭାଙ୍ଗିଦିଆଯାଇଛି।  ତେବେ ଏଥିରେ ବେଶୀ ପ୍ରଭାବିତ ହେବେ ରେଳ ଯାତ୍ରୀ।

ସୂଚନା ଥାଉ କି ଖୋର୍ଦ୍ଧା ରୋଡ ଓ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସବୁଠାରୁ ବଡ଼ ଷ୍ଟେସନ ବାଲୁଗାଁ ଅଟେ। ଏଠାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଭାରତର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି।  ଏପରିକି ବ୍ୟବସାୟ ପେଣ୍ଠସ୍ଥଳି ବାଲୁଗାଁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଏଠାକୁ ଆସିଥାନ୍ତି।

ଅନୁରୂପ ଭାବେ ଆଇଏନଏସ ଚିଲିକାକୁ ମଧ୍ୟ ପ୍ରତିଦିନ ବହୁ ପ୍ରଶିକ୍ଷାର୍ଥୀ ଓ ଅଧିକାରୀ ମାନେ ବାଲୁଗାଁ ଷ୍ଟେସନକୁ ଆସିଥାନ୍ତି। ପ୍ରତିଦିନ ବହୁ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ବାଲୁଗାଁ ଷ୍ଟେସନରୁ ନିଜ ଗନ୍ତବ୍ୟସ୍ଥଳକୁ ଯା ଆସ କରିଥାନ୍ତି। ତେବେ ଏ ସବୁ ଭିତରେ କାହିଁ କେଉଁ କାଳରୁ ଯାତ୍ରୀମାନଙ୍କୁ ଉକ୍ତ ଏକମାତ୍ର କ୍ୟାଣ୍ଟିନ ଟି ସେବା ଯୋଗାଇ ଆସୁଥିଲା ଯାହାକି ଏବେ ବନ୍ଦ ହୋଇଯାଇଛି।

ବର୍ତ୍ତମାନ ରେଳ ଯାତ୍ରୀ ମାନେ କ୍ୟାଣ୍ଟିନ ବିନା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ।  ଖାଦ୍ୟଠୁ ନେଇ ଚା ଏବଂ ପାଣି ପାଇଁ ସମସ୍ତେ ଉକ୍ତ କ୍ୟାଣ୍ଟିନ ଉପରେ ନିର୍ଭର କରୁଥିଲେ।  ତେବେ ଏ ନେଇ ବାଲୁଗାଁ ରେଳ ଷ୍ଟେସନ ମାଷ୍ଟର ଶଙ୍କର ନାୟକଙ୍କୁ ପଚାରିବାରୁ ଉକ୍ତ କ୍ୟାଣ୍ଟିନ ଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ବହୁ ଦିନ ପୁର୍ବରୁ ଏହାର ଟେଣ୍ଡର ଅବଧି ମଧ୍ୟ ଶେଷ ହୋଇଯାଇଥିଲା ବୋଲି କହିଛନ୍ତି। ଏବଂ ଏହାକୁ ଖାଲି କରିବାପାଇଁ କ୍ୟାଣ୍ଟିନ ଚାଳକଙ୍କୁ ରେଳବାଇ ପକ୍ଷରୁ ପୁର୍ବରୁ ନୋଟିସ ହୋଇସାରିଛି। ବର୍ତ୍ତମାନ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ନିୟମ ଅନୁଯାୟୀ ବାଲୁଗାଁ ରେଳ ଷ୍ଟେସନରେ ନୂତନ କ୍ୟାଣ୍ଟିନ ବ୍ୟବସ୍ଥା ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

ତେବେ ରେଳ ବିଭାଗ ପକ୍ଷରୁ ଯଥାଶୀଘ୍ର ନୂତନ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଉ ବୋଲି ରେଳ ଯାତ୍ରୀ ମାନେ ଡ଼ିଆରଏମଙ୍କ ନିକଟରେ ଦାବି କରିଛନ୍ତି।

ବାଲୁଗାଁ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.