Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ
ଆଜିର ଖବର

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି
ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

ବାଲୁଗାଁ: ବାଲୁଗାଁ ରେଳ ଷ୍ଟେସନର ଦ୍ଵିତୀୟ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ଶନିବାର ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟେସନ ମାଷ୍ଟର ସୁବୋଧ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରେଳ ବିଭାଗ ପକ୍ଷରୁ ଆରପିଏଫ ଆଇଆଇସି ଦାମୋଦରନ ତିଲକ, ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ଅନ୍ତେସ ମିନା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ବ୍ରହ୍ମପୁର ସର୍କଲ ମୋହନ ଚନ୍ଦ୍ର ବେହେରା, ବରିଷ୍ଠ ଅନୁଭାଗ ଯନ୍ତ୍ରୀ ଭି. କିଶୋର କୁମାର, କନିଷ୍ଠ ବିଦ୍ୟୁତ ଯନ୍ତ୍ରୀ ଗୁରୁନାଥ ପ୍ରଧାନ, ଦୂରସଂଚାର କର୍ମଚାରୀ ତାପସ ରଞ୍ଜନ ବାରିକ, ମୁଖ୍ୟ ଟିକେଟ ନିରୀକ୍ଷକ ରାଜେଶ କୁମାର, ମୁଖ୍ୟ ବାଣିଜ୍ୟ ସୁପରଭାଇଜର ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ସୁପରଭାଇଜର ଏବଂ ଷ୍ଟେସନ ପରାମର୍ଶଦାତା କମିଟି ସଭ୍ୟ ଯଥା ପ୍ରଫୁଲ୍ଲ କୁମାର ମାନସିଂହ,ସୀତାରାମ ଅଗ୍ରୱାଲ,ମୁରଲୀଧର ସାମନ୍ତସିଂହାର ଏବଂ ରବୀନ୍ଦ୍ର ପ୍ରଧାନ ଆଦି ଯୋଗଦେଇଥିଲେ।

ଉକ୍ତ ବୈଠକରେ ବାଲୁଗାଁ ରେଳ ଷ୍ଟେସନର ଉନ୍ନତି ଏବଂ ପାସେଞ୍ଜର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ରେଳ ବିଭାଗ ଅଧିକାରୀମାନଙ୍କୁ ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟମାନେ ଅବଗତ କରାଇଥିଲେ ଏବଂ ସେଗୁଡିକର ଯଥାଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅଧୀନରେ ଆସୁଥିବା ବାଲୁଗାଁ ଏକ ଗୁରୁତ୍ୱପୂର୍ଣ ରେଳ ଷ୍ଟେସନ ହୋଇଥିବା ବେଳେ ଏଠାରେ ପାସେଞ୍ଜର ଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ସବୁ ପ୍ଲାଟଫର୍ମ ରେ କୋଚ ଇଣ୍ଡିକେଟର ବୋର୍ଡ଼ ସ୍ଥାପନ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ସୁବିଧା ନିମନ୍ତେ ଏକ୍ସପ୍ରେସ ଟ୍ରେନ ଗୁଡିକ ୨ ନମ୍ବର ପ୍ଲାଟଫର୍ମ ବଦଳରେ ୧ ନମ୍ବର ପ୍ଲାଟଫର୍ମ ରେ ରହିବା, ଷ୍ଟେସନ ପରିସରରେ ସିସିଟିଭି ଲଗାଇବା, ଚାରି ନମ୍ବର ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ସ୍ଥାପନ, ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ନିୟମିତ କରିବା, ଜିଆରପି ବିଟ ହାଉସକୁ ଫାଣ୍ଡିରେ ପରିଣତ କରିବା, ଆଉ ଏକ ପାଦ ଚଲା ବ୍ରିଜ ନିର୍ମାଣ, ପ୍ଲାଟଫର୍ମରେ ଲିଫ୍ଟ ସ୍ଥାପନ, ପ୍ଲାଟଫର୍ମରେ ପର୍ଯ୍ୟାୟ ପରିମାଣରେ ରାତ୍ରି କାଳୀନ ଲାଇଟ ସ୍ଥାପନ, ଗରିବ ରଥ ସମେତ ଏକାଧିକ ଦ୍ରୁତଗାମୀ ଟ୍ରେନ ରହଣି ଆଦି ବିଷୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ କମିଟି ସଦସ୍ୟ ମାନେ ରେଳ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପରାମର୍ଶଦାତା କମିଟି ବୈଠକ ବାଲୁଗାଁ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

September 16, 2026

ସୋଆର ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

September 16, 2026

ଅନନ୍ତ ନାଗଙ୍କୁ ମିଳିବ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲକେ ପୁରସ୍କାର’

September 16, 2026
Latest News

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

September 16, 2026

ସୋଆର ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

September 16, 2026

ଅନନ୍ତ ନାଗଙ୍କୁ ମିଳିବ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲକେ ପୁରସ୍କାର’

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.