ବାଲୁଗାଁ ରେଳ ଷ୍ଟେସନରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ: ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

Published: Aug 29, 2022, 3:57 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କୈରାସୀ ଗ୍ରାମର ରାଜେଶ୍ୱର ଜେନା। ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ ହୋଇଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୪୧/୨୨-୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଆରପିଏଫ ଏଏସଆଇ ଏସ.ଅର୍ଜୁନ ପାତ୍ର ଆଦି ସାମିଲ ଥିଲେ।

Related posts