Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ , ଛଅଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ପଡିଛି ବଡ ମାଛ। ଆଜି ସକାଳୁ ଜଣେ ଅବକାରୀ ବିଭାଗର ଅଧିକ୍ଷକଙ୍କ ଘରେ ଭିଜିଲାସ ଚଢାଉ କରିଛି। ସେ ହେଉଛନ୍ତି ନବରଂଗପୁର ଜିଲ୍ଲାର ଅବକାରୀ ଅଧିକ୍ଷକଙ୍କ ଦାୟିତ୍ବରେ ଥିବା ଗୋଙ୍ଗା ପାଇକରାୟ। ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନସ ଏହି ଚଢାଉ କରିଛି।

ଏଥିରେ ଭିଜିଲାନସ ଶ୍ରୀ ପାଇକରାୟଙ୍କର ଛଅଟି ସ୍ଥାନରେ ଚଢାଉ କରୁଛି। ସେଗୁଡିକ ହେଲା ତାଙ୍କର ଜୟପୁରରେ ଥିବା ତିନି ମହନା ବିଶିଷ୍ଠ ବାସଭବନ, ନବରଂଗପୁର ଅଫିସ ଏବଂ ନବରଂଗପୁରରେ ଥିବା ତାଙ୍କର ଭଡାଘର ପ୍ରଭୃତି। ଏହି ଚଢାଉ ତିନିଜଣ ଡିଏସପିଙ୍କ ନେତୃତ୍ବରେ ପାଞ୍ଚ ଜଣ ଇନସ୍ପେକ୍ଟର ଏବଂ ଛଅ ଜଣ ଏଏସଆଇ ସାମିଲ ଅଛନ୍ତି।

ତେବେ ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ କଣ ମିଳିଲା ତାହା ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ: ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କୈରାସୀ ଗ୍ରାମର ରାଜେଶ୍ୱର ଜେନା। ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ ହୋଇଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୪୧/୨୨-୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଆରପିଏଫ ଏଏସଆଇ ଏସ.ଅର୍ଜୁନ ପାତ୍ର ଆଦି ସାମିଲ ଥିଲେ।

Categories
ଆଜିର ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ନୂତନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ପ୍ରତିଦିନ ପୋଲିସ, ଅବକାରୀ, ଏସଟିଏଫ ବିଭିନ୍ନ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଉନ ଥାନା ଅନ୍ତର୍ଗତ ବରୁଣେଇ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ ଗ୍ରାମ ବ୍ରାଉନ ସୁଗାର ଓ ଗୋଟାଏ ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ରଥିପୁର ଗ୍ରାମର ଶେଖ ମୁମତାଜ (୨୨)।  ଜବତ ବ୍ରାଉନ ସୁଗାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ଏନଡ଼ିପିଏସ ଧାରା ୨୧ (ଖ) ଅଧିନିୟମ ଅନୁଯାୟୀ ପିଆର ନମ୍ବର ୨୨/୨୦୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର, ବେଗୁନିଆ ଅବକାରୀ ଅଧିକାରୀ, ଖୋର୍ଦ୍ଧା ଅବକାରି ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁର ସବଜେଲ ରୋଡ଼ ନିକଟରୁ ଅବକାରୀ ହାତରେ ଧରା ପଡିଲେ ତିନି ଚୋରା ଦେଶୀ ମଦ ବେପାରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଠ। ବର୍ତ୍ତମାନ ଏଇ ଉକ୍ତିଟି ସମ୍ପୂର୍ଣ୍ଣ ଫିଟ୍‌ ବସୁଛି ବାଣପୁର ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଉପରେ। ବାରମ୍ବାର ପୋଲିସ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ  ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି।

ଆଜି ସକାଳେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଟିମ କୌଣସି ସୂତ୍ରରୁ ଖବର ପାଇ ରାତି ଚାରିରୁ ବାଣପୁର ସବ ଜେଲ ରୋଡରେ ଛକି ରହିଥିଲେ। ପାଖାପାଖି ସକାଳ ୬ ଘଟିକାରେ ୩ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫକରି ସେମାନଙ୍କ ନିକଟରୁ ୬୮ ଲିଟର ଦେଶୀ ମଦ ଏବଂ ଗୋଟେ ମଟରସାଇକେଲ ଜବତ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ବାଣପୁରର ଶ୍ରୀମଦ ମହାପାତ୍ର, ଶିବ ପ୍ରସାଦ ପଣ୍ଡା ଓ ତେନ୍ତୁଳିଡିହରୁ ଦିଲୀପ ମହାପାତ୍ର। ସମସ୍ତଙ୍କୁ ଅବକାରୀ ଆଇନ ଅନୁଯାୟୀ କେଶ ନମ୍ବର ୩୩, ୩୪, ୩୫ /୨0-୨୧ ରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି।