ବାଣପୁର ସବଜେଲ ରୋଡ଼ ନିକଟରୁ ଅବକାରୀ ହାତରେ ଧରା ପଡିଲେ ତିନି ଚୋରା ଦେଶୀ ମଦ ବେପାରୀ

Published: Jul 16, 2020, 12:37 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଠ। ବର୍ତ୍ତମାନ ଏଇ ଉକ୍ତିଟି ସମ୍ପୂର୍ଣ୍ଣ ଫିଟ୍‌ ବସୁଛି ବାଣପୁର ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଉପରେ। ବାରମ୍ବାର ପୋଲିସ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ  ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି।

ଆଜି ସକାଳେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଟିମ କୌଣସି ସୂତ୍ରରୁ ଖବର ପାଇ ରାତି ଚାରିରୁ ବାଣପୁର ସବ ଜେଲ ରୋଡରେ ଛକି ରହିଥିଲେ। ପାଖାପାଖି ସକାଳ ୬ ଘଟିକାରେ ୩ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫକରି ସେମାନଙ୍କ ନିକଟରୁ ୬୮ ଲିଟର ଦେଶୀ ମଦ ଏବଂ ଗୋଟେ ମଟରସାଇକେଲ ଜବତ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ବାଣପୁରର ଶ୍ରୀମଦ ମହାପାତ୍ର, ଶିବ ପ୍ରସାଦ ପଣ୍ଡା ଓ ତେନ୍ତୁଳିଡିହରୁ ଦିଲୀପ ମହାପାତ୍ର। ସମସ୍ତଙ୍କୁ ଅବକାରୀ ଆଇନ ଅନୁଯାୟୀ କେଶ ନମ୍ବର ୩୩, ୩୪, ୩୫ /୨0-୨୧ ରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Related posts