Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରେଳ ଯାତ୍ରୀମାନଙ୍କୁ ଥଣ୍ଡା ପାନୀୟ ବାଣ୍ଟିଲେ ବାଲୁଗାଁ ଆରପିଏଫ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସରକାର ତଥା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଆଜି ଯାତ୍ରୀ ମାନଙ୍କ ନିମନ୍ତେ ରେଳ ସୁରକ୍ଷା ବଳ(ଆରପିଏଫ) ପକ୍ଷରୁ ଜଳଛତ୍ର ଉଦଘାଟନ ହୋଇଛି।

ଏହାକୁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ୟ ଉଦଘାଟିତ କରିଥିଲେ। ଏହି ଅବସରରେ ଆଜି ପ୍ରଥମ ଦିନରରେ ବିଭିନ୍ନ ଟ୍ରେନର ପାଖାପାଖି 1500 ଯାତ୍ରୀଙ୍କୁ ଆରପିଏଫ ପକ୍ଷରୁ ଥଣ୍ଡା ପାଣି, ଘୋଳ ଦହି ଏବଂ ସର୍ବତ ବିତରଣ କରାଯାଇଛି। ଉକ୍ତ କାର୍ଯ୍ୟରେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ମାନେ ମଧ୍ୟ ସାହାଯ୍ୟ କରିଛନ୍ତି। ତେବେ ଏହାଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ମ ଦାଉରୁ ସାମୟିକ ଆଶ୍ବସ୍ତି ପାଉଛନ୍ତି। ବାଲୁଗାଁ ଆରପିଏଫର ଉକ୍ତ ସେବା କାର୍ଯ୍ୟକୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ପାଞ୍ଚ ବେପାରୀ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଜନିତ ଚଢ଼ାଉ କରି ଷ୍ଟେସନ ପରିସରରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମରେ ଚଢ଼ାଉ କରାଯାଇ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାମିଲନାଡୁ ସାଲେମ ଜିଲ୍ଲାର ନନ୍ଦକୁମାର ଆର (୨୬), ପ୍ରଶାନ୍ତ ଏମ (୧୮), ଲଗେସ୍ୱରନ ଚନ୍ଦ୍ରଶେଖରନ (୨୨), ବିଶ୍ୱ ମଣିକନ୍ଦନ (୨୧) ଏବଂ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ରାଜେଶ ପ୍ରଧାନ (୨୧)।

ସେମାନଙ୍କ ନିକଟରୁ ୨୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୫ ହଜାର ଟଙ୍କା ହେବ। ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇର ଚୋରା ଚାଲାଣ ପାଇଁ ବାଲୁଗାଁ ଷ୍ଟେସନରେ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ଚେନ୍ନାଇ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ। ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନରୁ ଗଞ୍ଜେଇ ଜବତ: ଅଭିଯୁକ୍ତଙ୍କୁ ଗିରଫ କଲା ଆରପିଏଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରବି ମହାନ୍ତି (୪୦) ବୋଲି ଜଣାପଡିଛି।

ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୪ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ରବି ସଂନ୍ଦିଗ୍ଧ ଅବସ୍ଥାରେ ଏକ ନାଲି ରଙ୍ଗ ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖିବାକୁ ପାଇଥିଲେ। ତାଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆରପିଏଫ ଅଭିଯୁକ୍ତ ରବିଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଆରପିଏଫ: ତିନି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକ ମାନଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୫ କେଜି ୧୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୫୧ ହଜାର ୪୦୦ ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଆରପିଏଫ ୩ ଜଣ ଯୁବକଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି। ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ସ୍ୱାଇଁ (୩୪) ଓ ଶିବାନନ୍ଦ ପଣ୍ଡା (୨୬) ଏବଂ ଖଲ୍ଲିକୋଟ ଥାନା ଅଞ୍ଚଳର ବଳରାମ ବାରିକ (୧୯)। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଖୋର୍ଦ୍ଧା ରୋଡ ଜିଆରପି କେସ ନମ୍ବର ୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର ଠାବ କଲା ଆରପିଏଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କୁହୁଡି ଓ ବାଲୁଗାଁ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳ ଧାରଣା କଡରେ ଏକ ଅଚିହ୍ନା ଶବ ପଡ଼ିରହିବାର ଦେଖିବାକୁ ମିଳିଛି। ଶବଟି ଜଣେ ଯୁବକଙ୍କ ହୋଇଥିବାବେଳେ ସେ ଏକ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି।  ତେବେ ତାଙ୍କର ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଉକ୍ତ ଖବର ପାଇବା ପରେ ବାଲୁଗାଁ ଆରପିଏଫ ଖୋର୍ଦ୍ଧା ରୋଡ ଜିଆରପି କୁ ଏ ସମ୍ବନ୍ଧୀୟ ସୂଚନା ଦେଇଛି। ଜିଆରପି ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ: ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫର ମିଳିତ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କୈରାସୀ ଗ୍ରାମର ରାଜେଶ୍ୱର ଜେନା। ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ ହୋଇଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୪୧/୨୨-୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଆରପିଏଫ ଏଏସଆଇ ଏସ.ଅର୍ଜୁନ ପାତ୍ର ଆଦି ସାମିଲ ଥିଲେ।