ରାଜ୍ୟରୁ ଚିହ୍ନଟ ହେଲେ 8 ହଜାର 6ଶହ ନୂଆ କରୋନା ଆକ୍ରାନ୍ତ

Published: Apr 30, 2021, 10:10 am IST

ଭୁବନେଶ୍ବର, ଆଜିର ସୂଚନା ଅନୁସାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 8 ହଜାର 6ଶହ 81 ଜଣ ନୂଆ ଆକ୍ରାନ୍ତ। ଗତକାଲି ଏହି ସଂଖ୍ୟା ଥିଲା 6 ହଜାର 9ଶହ 98। ଗୋଟିଏ ଦିନରେ ପ୍ରାୟ ଦେଢ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଏହି ରିପୋର୍ଟରୁ ଜଣାପଡିଛି ଯେ, କ୍ବାରଣ୍ଟାଇନରୁ 4 ହଜାର 9ଶହ 48 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା ହେଲା 3 ହଜାର 7ଶହ 33 ଜଣ। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Related posts