Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଲହରରେ ସ୍ଥିତି ସଙ୍ଗୀନ ହେଉଛି: ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ପାଇଁ ନିର୍ଦ୍ଦେଶ
ଆଜିର ଖବର

ଦ୍ୱିତୀୟ ଲହରରେ ସ୍ଥିତି ସଙ୍ଗୀନ ହେଉଛି: ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ପାଇଁ ନିର୍ଦ୍ଦେଶ

April 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇ ଚାଲିଛି। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏହାକୁ ନଜରରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି ଯେ, ଦ୍ବିତୀୟ ଲହରରେ କୋରୋନା ଏତେ ମାରାତ୍ମାକ ହେବ ବୋଲି ଆଶା କରିନଥିଲୁ। ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଡେଇଁବ ଏବଂ ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେଥିପାଇଁ କୋଭିଡ ନିୟମ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଅନୁରୋଧ କରିଛନ୍ତି।

ଏହାସହିତ ରାଜ୍ୟରେ ଟେଷ୍ଟିଙ୍ଗ କ୍ଷମତାକୁ ବଢାଯାଇଛି। ଦୈନିକ ୫୦ ହଜାର ଉପରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ମେ’ ପହିଲାରୁ ୧୮ରୁ ୪୪ ବୟସର ବ୍ୟକ୍ତିଙ୍କୁ ଟିକାକରଣ ହେବ ବୋଲି ଯେଉଁ ଘୋଷଣା ହୋଇଥିଲା ତାହା ଏବେ ହେବ ନାହିଁ। ଦ୍ବିତୀୟ ଡୋଜକୁ ଏବେ ପ୍ରାଥମୟକତା ଦିଆଯିବ। ଟିକା ଆସିଲେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ଶନି ଓ ରବି ସଟ୍‌ଡାଉନ୍‌ରେ ରାଜ୍ୟରେ ଟିକାଦାନ ହେବ ନାହିଁ। ଏହି ଦୁଇ ଦିନ ଟିକାଦାନ କେନ୍ଦ୍ରର ସାନିଟାଇଜେସନ୍‌ ହେବ। ମେ’ ୩ ପରେ ଟିକାକରଣ ଆରମ୍ଭ ହେବ, କିନ୍ତୁ ୧୮ ବର୍ଷରୁ ୪୪ ବର୍ଷ ପାଇଁ ଟିକାଦାନ କେବେ ହେବ ଟିକା ପହଞ୍ଚିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଏବେ ହସ୍ପିଟାଲ ବ୍ୟବସ୍ଥା ଠିକ୍‌ ରହିଛି। ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିହେଉନାହିଁ। ଏବେ ୩୩% ସାଧାରଣ ବେଡ୍‌, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। କୌଣସି ହସ୍ପିଟାଲରେ ଯେପରି ସିଲିଣ୍ଡର ଖାଲି ରହିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ହୋଇଥିବା ସଚିବ ମଧ୍ୟ କହିଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମ୍ଳଜାନ ଦ୍ୱିତୀୟ ଲହର ପ୍ରଦୀପ୍ତ କୁମାର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026
Latest News

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026

ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.