ଜୁନ ତୃତୀୟ ସପ୍ତାହ ସୁଦ୍ଧା ଘୋଷଣା ହେବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ: ଜାରି ହେଲା ଗାଇଡଲାଇନ

Published: May 1, 2021, 10:17 pm IST

ନୂଆଦିଲ୍ଲୀ/ଭୁବନେଶ୍ବର: ଜୁନ ତୃତୀୟ ସପ୍ତାହ ସୁଦ୍ଧା ଘୋଷଣା ହେବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ। ଏନେଇ ସିବିଏସଇ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି।

ତେବେ ଏହି ଗାଇଡ ଲାଇନ ଅନୁଯାୟୀ, ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ହେବ। ସ୍କୁଲ ପ୍ରିନ୍ସିପାଲ ଓ ଅନ୍ୟ ୭ ଜଣ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି। ସେହି ୭ ଜଣଙ୍କ ମଧ୍ୟରୁ ନିଜ ସ୍କୁଲର ୫ ଜଣ ଶିକ୍ଷକ ଏବଂ ପାଖ ସ୍କୁଲର ୨ ଜଣ ଏହି କମିଟିରେ ରହିବେ। ବର୍ଷ ସାରା ପରୀକ୍ଷାକୁ ଦେଖି ୮୦ ମାର୍କର ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ହୋଇଛି। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ।

ଜୁନ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ। ଜୁନ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ।

Related posts