ପଶ୍ଚିମବଙ୍ଗ ନିର୍ବାଚନ: ବହୁମତ ସଂଖ୍ୟା ଅତିକ୍ରମ କଲା ତୃଣମୁଳ, ହେଲେ ପଛୁଆ ଅଛନ୍ତି ମମତା

Published: May 2, 2021, 10:28 am IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏହି ପ୍ରାରମ୍ଭିକ ଗଣନାରେ ମମତା ବାନାର୍ଜୀଙ୍କ ତୃଣମୂଳକୁ ବହୁମତ ସଂଖ୍ୟା ଅତିକ୍ରମ କରିଥିବା ଦେଖାଯାଇଛି।

ହେଲେ ସେପଟେ ମୁଖ୍ୟମନ୍ତ୍ରୀ ନନ୍ଦୀଗ୍ରାମ ଆସନରେ ପଛୁଆ ରହିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ୮ ହଜାର ୧୦୬ ଭୋଟରେ ପଛରେ ଅଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୩ ହଜାର ଭୋଟରେ ପଛରେ ଅଛନ୍ତି।

ତେବେ ମୋଟ ୨୯୨ ଆସନଟି ମଧ୍ୟରୁ (୨୭୬ ଆସନ) ୧୫୨ ଟି ଆସନରେ ତୃଣମୂଳ ଆଗୁଆ ଚାଲିଥିବା ବେଳେ ବିଜେପି ୧୧୯ ଟି ଆସନରେ ଆଗୁଆ ଚାଲିଛି।

Related posts