ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬ ହଜାର ୧୬୪ କରୋନା ଆକ୍ରାନ୍ତ

Published: May 4, 2021, 6:22 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୯୩, ସୁନ୍ଦରଗଡରୁ ୭୮୧, ଝାରସୁଗୁଡାରୁ ୫୫୭, ନୂଆପଡାରୁ ୪୪୮, କଟକରୁ ୩୪୨, କଳାହାଣ୍ଡିରୁ ୩୨୦, ବରଗଡରୁ ୨୯୮, ସମ୍ବଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯, ଗଞ୍ଜାମରୁ ୨୧୬, ଯାଜପୁରରୁ ୧୮୯, ମୟୂରଭଞ୍ଜରୁ ୧୮୦, ପୁରୀରୁ ୧୪୩, ବଲାଙ୍ଗୀରିରୁ ୯୮, କୋରାପୁଟରୁ ୯୨, କେନ୍ଦୁଝରରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୮୬, ନୟାଗଡରୁ ୮୫, ଗଜପତିରୁ ୭୮, ରାୟଗଡ଼ାରୁ ୭୦, ସୋନପୁରରୁ ୬୨, ଦେବଗଡରୁ ୪୨, କେନ୍ଦ୍ରାପଡାରୁ ୩୮, କନ୍ଧମାଳରୁ ୩୭, ମାଲକାନାଗିରିରୁ ୧୬, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଏବଂ ଷ୍ଟେଟ ପୁଲରୁ ୧୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୧୦ ହଜାର ୨୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭ ହଜାର ୩୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ହୋଇଛି।

Related posts