ଆମେରିକୀୟ ସୁରକ୍ଷା ସଚିବଙ୍କ ଇସ୍ତଫା ନେଇ ଟ୍ରମ୍ପଙ୍କ ଘୋଷଣା

Published: Apr 8, 2019, 11:45 am IST

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଗୃହ ସଚିବ କିର୍ଷ୍ଟେନ୍‌ ନିଲ୍‌ସନ୍‌ ନିଜ ପଦରୁ ଓହରୁଥିବା ନେଇ ସୂଚନା ଦେଇଛନ୍ତି। ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଏହି ଖବରକୁ ସ୍ବୀକାର କରିବା ସହିତ ପଦ ଛାଡିଥିବା ନିଲ୍‌ସନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି, ନିଲ୍‌ସନ୍‌ଙ୍କ ସେବା ନିମନ୍ତେ ମୁଁ ତାଙ୍କୁ ଆମେରିକାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ଅନ୍ୟ ଏକ ଟ୍ବିଟ୍‌ରେ ଆମେରିକା ବର୍ହିଶୁଳ୍କ ବିଭାଗର କମିଶନର କେଭିନ୍‌ ମ୍ୟାକ୍‌ଲିନ୍‌ଙ୍କୁ କାର୍ଯ୍ୟକାରୀ ଗୃହ ସଚିବ ଭାବରେ ଘୋଷଣା କରିଛନ୍ତି। ନିଜର ଅବ୍ୟାହତି ପରେ କ୍ରିଷ୍ଟେନ୍‌ ନିଲ୍‌ସନ୍‌ କହିଛନ୍ତି, ଏକ ବର୍ଷ ପୂର୍ବରୁ ଜନ୍‌ କେଲୀଙ୍କ ନିକଟରୁ ଦାୟିତ୍ବ ଗ୍ରହଣ କରିବା ପରଠାରୁ ନିରନ୍ତର ନିଜର ଦାୟିତ୍ବ ନିର୍ବାହ କରିଛି। ସୀମାରେ ଲାଗି ରହିଥିବା ସମସ୍ୟା, ଅନୁପ୍ରବେଶ ସମସ୍ୟ ଆଦିର ମୁକାବିଲାରେ ସରକାର ପୂର୍ବାପେକ୍ଷା ଅଧିକ ସମର୍ଥ ବୋଲି ନିଲ୍‌ସନ୍‌ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts